ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମାକିଡିଆ ଗ୍ରାମ ପଞ୍ଚାୟତରେ ଅଧିକ କରୋନା ପଜେଟିଭ୍ ବାହାରିବାରୁ ତାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି । ଅଧିକ ପଜେଟିଭ୍ ବାହାରିବା ପରେ ଗୋଷ୍ଠୀ ସଂକ୍ରମିତ ଆଶଙ୍କାରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଗତ ୩ତାରିଖ ମଧ୍ୟରାତ୍ରୀରୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ପଞ୍ଚାୟତଟି ପଶ୍ଚିମବଙ୍ଗ ସୀମାକୁ ରହିଥିବାରୁ ଏହାର ସମସ୍ତ ୮ଟି ପ୍ରବେଶ ପଥକୁ ସିଲ କରାଯାଇଛି । ଜିଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲା ଏପିଡି ନିଲୁ ମହାପାତ୍ର, ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ରାଇବଣିଆ ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ, ହାତୀଗଡ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାସ ଚନ୍ଦ୍ର ନାୟକ, ସହକାରୀ ଅଗ୍ନିସମ ଅଧିକାରୀ ପ୍ରକାଶ ଚନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ଆଜି ଜଳେଶ୍ୱର ସହସିଲଦାରଙ୍କ ସହିତ ଆର୍ଆଇ ଦିଲ୍ଲିପ ଚାନ୍ଦ, ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ, ବିପିଏଚ୍ଓଫକିର ପ୍ରଧାନ, ବିପିଏମ ସ୍ମିତା ପ୍ରମାଣିକ, ସମସ୍ତ ଅଙ୍ଗନୱାଡି କର୍ମ, ଆଶା କର୍ମୀଙ୍କ ସହିତ ୩୨ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ସାନିଟାଇଜେସନ୍ ଓ ଘରକୁଘର ବୁଲି ଟ୍ରେସିଂ କାର୍ଯକ୍ରମ ଆରମ୍ଭ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା