ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ବିଶ୍ୱ ଏଡ଼ଷ୍ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗୋପାଳପୁର ପୋର୍ଟ ପରିସରରେ ଆଫ୍କନ୍ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ସହ ଏଡସ, ମଧୁମେହ, ଯକ୍ଷ୍ମା ପ୍ରମୁଖ ରୋଗର ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏଥିରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା କାର୍ଯ୍ୟକ୍ରମରେ ଲୋକଙ୍କୁ ଏଡସ ବିଷୟରେ ସଚେତନ କରିବା ସହ ବିଭିନ୍ନ ପ୍ରଚାର ପତ୍ର ବଣ୍ଟନ କରିବା ପରେ ପରେ ୧୩୬ ଜଣଙ୍କର ଏଡସ, ମଧୁମେହ ପରୀକ୍ଷା କରିବା ସହ ଯକ୍ଷ୍ମା ଆଶଙ୍କା ଥିବା ବ୍ୟକ୍ତିଙ୍କର କଫ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ବନ୍ନିତ୍ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶକ ଡ଼ଃ ସନ୍ତୋଷ କୁମାର ରାଜୁ, ଲାବ୍ ଟେକ୍ନିସିଆନ୍ ପଦ୍ମାଁନନ୍ଦ ଗନ୍ତାୟାତ୍, ଯକ୍ଷ୍ମା ରୋଗ ଚିକିତ୍ସା ବରିଷ୍ଠ ପରିଦର୍ଶକ ସରୋଜ କୁମାର ଦାସ ଓ ଅଣ ସଂକ୍ରମକ ରୋଗ କେନ୍ଦ୍ର ପରାମର୍ଶକ ଡି ଦେବହରି ରେଡି ପ୍ରମୁଖ ପରୀକ୍ଷା କରି ଲୋକଙ୍କୁ ସଚେତନ କରାଇଥିଲେ । ଏଥିରେ ଆଫ୍କନ୍ ର କର୍ମକର୍ତ୍ତା ପରିଚାଳନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା