ଏଣିକି ଭୁବନେଶ୍ଵରରେ ଥିବା ସମସ୍ତ ସରକାରୀ ସ୍କୁଲରେ ହେବ ଦୁଇଥର ପ୍ରାର୍ଥନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ସରକାରୀ ସ୍କୁଲରେ ଦୁଇଥର ପ୍ରାର୍ଥନା କରାଯିବ । ଭୁବନେଶ୍ଵରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ଶୃଙ୍ଖଳିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ସକାଳ ୧୦ଟାରେ ସ୍କୁଲରେ ପ୍ରାର୍ଥନା ହେଉଥିଲା । ଗୁରୁବାରଠୁ ଅପରାହ୍‌ଣ ୪ଟା ସ୍କୁଲ ଛୁଟି ସମୟରେ ବି ପ୍ରାର୍ଥନା କରାଯିବ । ଏହା ପ୍ରାଥମିକ ଭାବେ ଭୁବନେଶ୍ଵରରେ ଲାଗୁ କରାଯିବ। ପରେ ସଫଳତା ମିଳିବା ପରେ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ କରାଯିବ । ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଦୌଡ଼ାଦୌଡ଼ି ହୋଇ ସ୍କୁଲ ବାହରକୁ ପଳାଉଛନ୍ତି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ । ଏପରି କରିବା ଦ୍ଵାରା ଛାତ୍ରଛାତ୍ରୀ ଶୃଙ୍ଖଳିତ ଭାବେ ସ୍କୁଲରୁ ବାହାରି ରାସ୍ତା ପାର୍‌ ହେବେ ।

ରିପୋର୍ଟ : ଆକାଶ ମିଶ୍ର