

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରାବଣର ପ୍ରାରମ୍ଭରେ ସାରା ଦିନ ଝଡି ଲାଗି ରହିବା ସତ୍ୱେ ଅଗ୍ନିର ପ୍ରକୋପରେ ଦଗ୍ଧ ହୋଇଛି ହୀରାକୁଦର ସରକାରୀ କ୍ୱାଟର । ସୂଚନା ମୁତବକ ହୀରାକୁଦର ମାଳିପଡା ନୂଆ ହନୁମାନ ମନ୍ଦିରକୁ ଲାଗି ଯୋଉ ସରକାରୀ କ୍ୱାଟର ରହିଅଛି ଗତକାଲି ରାତ୍ର ୧୦ ଘଣ୍ଟା ସମୟ ବେଳକୁ ଘରୁ ଅଗ୍ନିର ଉଗ୍ରତାର ଆଭାଷ ସ୍ଥାନୀୟ ଲୋକେ ପାଇଲେ ଏବଂ ସଂଗେ ସଂଗେ ଜନଗହଳି ହୋଇଯାଇଥିଲ । ଭାଗ୍ୟ ବଶତଃ ସେହି ଘରେ କୌଣସି ବ୍ୟକ୍ତି ଦୀର୍ଘ ଦିନ ହେଲା ରହୁନଥିଲେ ତେଣୁ ସେହି କ୍ଵାଟରରେ ଟେଣ୍ଟର ସମସ୍ତ ସାମଗ୍ରୀ ରଖା ଯାଉଥିଲା । ୭ ଗୋଟି ସିଲିଣ୍ଡର ଥିଲା ଏବଂ ଏହା ମଧ୍ୟରୁ ଏକ ଗୋଟି ଫାଟି ଯାଇ ସମ୍ପୂର୍ଣ୍ଣ ଘରକୁ ପୋଡି ଦେଇଥିଲା । ସମସ୍ତ ବିଦ୍ୟୁତ ସମଗ୍ରୀଗୁଡିକ ଜାଳି ପୋଡ଼ି ନଷ୍ଟ ହୋଇଯାଇଅଛି । ଖବର ପାଇ ହୀରାକୁଦ ହିଣ୍ଡାଲକୋ ପାଵାର ପ୍ଲାଣ୍ଟର ୨ଟି ଦମକଳ ବାହିନୀ ଆସି ନିଆଁକୁ ଆୟତ କରି ଶାନ୍ତ କରିଥିଲେ ଏବଂ ଶେଷରେ ହିଣ୍ଡାଲକୋ ଏଫ.ଆର.ପି ର ଦମକଳ ବାହିନୀ ବି ଘଟଣା ସ୍ଥଳରେ ଆସି ପହଁଚିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ବ୍ୟକ୍ତିଙ୍କ ମନରେ ଭୟର ଛାୟା ମାଡିଯାଇଥିଲା ଅଗ୍ନି ଶାନ୍ତ ହେବା ଦ୍ୱାରା ଜନ ଗହଳି କମିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



