

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ରାସ୍ତା ଘାଟ ଖାଲଢେପ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ବିପୁଳ ଭାବରେ ଦେଖାଦେଉଛି । ଏହା ଫଳରେ ବିଭିନ୍ନ ସମୟରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଲୋକ ଆହତ ହେଉଛନ୍ତି । ଏହାସହ ଜନସାଧାରଣ ଟ୍ରାଫିକ ନିୟମକୁ ଭାଙ୍ଗି ଯାତାୟତ କରୁଥିବା ମଧ୍ୟ ନଜରକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ପକ୍ଷରୁ ଇଣ୍ଟିଗ୍ରେଟେଡ଼ ଟ୍ରାଫିକ ମ୍ୟାନେଜମେଣ୍ଟ ସିଣ୍ଟମ(ଆଇଟିଏମଏସ) କାର୍ଯ୍ୟକାରୀ କରିବା ସହ ସହରର ମୁଖ୍ୟ ଛକରେ ସିସିଟିଭି କ୍ୟାମେରା ଓ ଟ୍ରାଫିକ ଲାଇଟ ଲଗା ଯାଇଛି । ଯାହାଫଳରେ କିଛି ମାତ୍ରାରେ ଟ୍ରାଫିକ ଉଲଘ୍ନକାରୀ ସଜାଗ ହେଉଥିବା ବେଳେ ସିସିଟିଭି ଯାଞ୍ଚରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏହିଭଳି ସ୍ଥିତିରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି । ଏହାସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଟ୍ରାଫିକ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିଛି ବ୍ରହ୍ମପୁର ପୋଲିସ । ଟ୍ରାଫିକ ଦାୟିତ୍ୱରେ ନିୟୋଜିତ ହୋଇଥିବା କର୍ମଚାରୀ ମାନେ ଟ୍ରାଫିକ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହେବେ ତେଣୁ ସହରବାସୀଙ୍କୁ ଏଥିପାଇଁ ସହଯୋଗ କରିବାକୁ ହେବ ବୋଲି ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

Very good. but road samasya ta thik hele accident bohut komijibo.
Welcome for good action&ddcession.please look in to the speed riding and wrongside over taking as well aswrong parking. Thanks