

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ଗଞ୍ଜାମ ଏନଏସି ତରଫରୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପ୍ରାୟ ୫୦ ଗୋଟି ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସୁଧୀର ପାଢ଼ୀ, ରାଜୁ ରେଡି, ରାକେଶ ଦାସ, ଦଣ୍ଡପାଣି ପରିଡା, ନୀଳାଞ୍ଚଳ ବାରିକ ଓ ଶଙ୍କର ବାରିକଙ୍କ ସମେତ ଏନଏସିର ସମସ୍ତ ବିଜେଡି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l

