


ଛତ୍ରପୁର (ସମୃଦ୍ଧ ଓଡିଶା) ବେଆଇନ ପଲିଥିନ୍ କରାବାର ଉପରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ଆଜି ଛତ୍ରପୁର ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ରିକାପଲ୍ଲୀ ଛକ ଠାରୁ ମଝିବଜାର ପର୍ଯ୍ୟନ୍ତ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ୭୮କେଜି ପଲିଥିନ୍ ଜବତ କରିବାସହ ସେମାନଙ୍କ ଠାରୁ ୪୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢାଉରେ ସ୍ୱାସ୍ଥ୍ୟ ଓ ପରିମଳ ନିରିକ୍ଷୀକ ଗୈାରହରି ପଣ୍ଡା, ଇଂ. ଜ୍ୟୋସ୍ନାମୟୀ ଜେନା ଓ ସୁଶାନ୍ତ କୁମାର ଷଡଙ୍ଗୀ, ଟେକ୍ସ କଲେକ୍ଟର ମିଜ୍ଜା ଖାନ୍, ଏସ୍.ଦାଲେୟା ରେଡ୍ଡୀ, କୃଷ୍ଣ ମହାପାତ୍ର, ପ୍ରଭାକର ବେହେରା, ଯୁଗଳ କିଶୋର ଦାସ, ଜି.ଜଗଦୀଶ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଚଢାଉ ନୀୟମିତ ଜାରି ରହିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
















