

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏନଏସି ବିଜେଡି ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ୟୁଥ ପ୍ରେସିଡେଣ୍ଟ ଭବାନୀ କାନ୍ତ ସାହୁ ଓ ଛତ୍ରପୁର ବ୍ଲକ ଅଧକ୍ଷ ଧନଞ୍ଜୟ ରେଡି ଓ ବିଜେଡି ଛାତ୍ର ସଭାପତି ପ୍ରଶାନ୍ତ ପଣ୍ଡାଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ସୁବାସ ମାହାରଣା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ବ୍ଲକ ସମ୍ପାଦକ ଉମା ଜେନା, ବ୍ଲକ ଯୁବ ସଂଗଠକ ଅନ୍ତର୍ଯ୍ୟାମୀ ବେହେରା, ସମିତିସଭ୍ୟ ଗଗନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହା ସଂଘ ସଭାପତି ସନାତନ ବେହେରା, ନଗର ସଭାପତି ପି. ରାଜୁ ରେଡି, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଛାତ୍ର ନେତା ଲିଙ୍ଗରାଜ ମହାପାତ୍ର, ଜିତୁ ପଣ୍ଡା, ମନୋଜ ପ୍ରଧାନ, ମୁନା ପରିଡା, ପପୁଣୁ ପଣ୍ଡା, ସୁଧିର ପଲାଇ, ନୀଳାଞ୍ଚଳ ବାରିକି, ରାଜେଶ ମହାରଣା, ସୀମାଞ୍ଚଳ ସାହୁ, ଆଶୁତୋଷ ଦାଶ,ସୋମୁ ସାହୁ ପ୍ରମୁଖ ସହ ଅନ୍ୟମାନେ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ l ଚିନ୍ମୟାନନ୍ଦ ବେହେରା, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ବାବୁନି ବେହେରା, ବସନ୍ତ ବେହେରା ପ୍ରମୁଖ ବ୍ରହ୍ମପୁର ଏମ୍ କେସିଜି ମେଡିକାଲ ରକ୍ତ ଭଣ୍ଡାର କର୍ମଚାରୀ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



