ଏନଜିଟି ମାମଲା ରୁଜୁ ହେବା ପରେ ଚେତା ଫେରିଲା ପଶ୍ଚିମବଙ୍ଗ ସରକାରଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କର ଏନଜିଟିର ମାମଲାରୁଜୁ ହେବା ପରେ ପଶ୍ଚିମବଙ୍ଗ ସରକାରଙ୍କର ଚେତା ଫେରିଲା । ଜଳେଶ୍ୱର ବ୍ଲକର କୁଆଂରପୁର ଠାରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତଳନ କରୁଥିବା ପଶ୍ଚମବଙ୍ଗର ବାଲି ମାଫିଆମାନଙ୍କ ଉପରେ ଗତକାଲି ମଧ୍ୟାହ୍ନରେ ପଶ୍ଚିମବଙ୍ଗ ପ୍ରଶାସନ ତରପରୁ କାର୍ଯ୍ୟାନୁଷ୍ଠାନ କରାଯାଇ ଜେସିପି ସାହାର୍ଯ୍ୟରେ ଭଙ୍ଗାରୁଜା କରାଯାଇଛି । ଓଡିଶା ସୀମାନ୍ତରେ ଥିବା ପାଣତୁଣିଆ, ଗରକପୁର ଓ ବାରାସାତି ପ୍ରଭୃତି ଗ୍ରାମର ସୀମାରେ ଥିବା ବାଲିଖାଦାନ ଉପରେ ଚଢାଉ କରିଥିବା ବେଳେ ସେମାନଙ୍କର ଅଫିସ ଗୃହ ଓ କେତେକ ଯନ୍ତ୍ରାଂଶ ସରଂଜାମକୁ ଭାଙ୍ଗି ଦେଇ ପଶ୍ଚିମବଙ୍ଗ ପ୍ରଶାସନର କର୍ମକର୍ତାମାନେ ଫେରି ଯାଇଥିଲା । ବାଲି ମାଫିଆମାନେ ପୂର୍ବରୁ ଜାଣି ପାରି ୨୦ରୁ ଉର୍ଦ୍ଧ ସମ୍ପପମ୍ପ ଓଡିଶାସୀମାରେ ଲୁଚାଇ ରଖିଥିଲେ । ଏହି ଚଢାଉ ଲୋକ ଦେଖାଣିଆ ଥିଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି । କାରଣ ବାଲି ଉତଳନ ଓଡିଶା ଜାଗାରେ ହେଉଥିବାରୁ ଓଡିଶା ଭିତରକୁ ନ ଆସି କେବଳ ପଶ୍ଚିମବଙ୍ଗର ସୀମାରେ ଥିବା ଗୃହ ଗୁଡିକୁ ଭାଙ୍ଗି ଦେଇ ଫେରିଯାଇଥିଲା । କୈାଣସୀ ମେସିନ କିମ୍ବା ଯନ୍ତ୍ରପାତି ଜବତକରି ନ ଥିଲା । ଏହି ଚୋରା ବାଲିମାଫିଆ ମାନଙ୍କ ସହ ସିଧାସଳଖ ପଶ୍ଚିମବଙ୍ଗ ପ୍ରଶାସନର ସମ୍ପର୍କ ଥିବାରୁ ସେମାନେ ଆଜି ଯାଏ କୈାଣସୀ ବଡ ଧରଣର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି । ବରଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଆସିଛନ୍ତି । ୨୦୧୬ ମସିହାରେ ଜଳେଶ୍ୱର ତହସିଲଦାର ଏହି ବେଆଇନ ବାଲିଖାଦାନ ଗୁଡିକ ଉପରେ ଚଢାଉ କରିଥିବା ବେଳେ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ । ସେତେ ବେଳେ ପଶ୍ଚିମବଙ୍ଗ ସରକାରଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ ସାହାଯ୍ୟ ପରିବର୍ତ୍ତେ ଓଡିଶାର କିଛି ଲୋକକୁ ସେଠାକାର ଲୋକ ଉଠାଇ ନେଇଯାଇ ପଣବନ୍ଦୀ ଭାବରେ ରଖିଥିଲେ । ପଶ୍ଚିମ ବଙ୍ଗ ସରକାର ସାହାର୍ଯ୍ୟ ପରିବର୍ତ୍ତେ ବରଂ ସେମାନଙ୍କୁ ଘଣ୍ଟ ଘୋଡାଇ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା