

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତି ବର୍ଷ ଭଳି ଏହି ବର୍ଷ ଏନଟିଆର ସେବା ସମିତି ତରଫରୁ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଏମସିର ପୂର୍ବତନ କର୍ପୋରେଟର ଶ୍ରୀମତୀ ମମତା ବିଶୋଇ, ଡ଼. ଶ୍ରୀରାମ ରାଙ୍ଗା ରାଓ, ଡ଼. ଇମିତିହାଜ ବେଗ, ପୂର୍ବତନ କର୍ପୋରେଟର ଭିଷ୍ମଚାର୍ଯ୍ୟ ଚୌଧରୀ, ଏ. ଲକ୍ଷ୍ମୀ ପ୍ରସାଦ, ଏସ. ଶ୍ରୀନିବାସ ରାଓ ମିଶି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାସହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠାନ ତରଫରୁ ପ୍ରାଣବଳି ଦେଇଥିବା ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଚିବାବୁ, ଏ. ଲକ୍ଷ୍ମୀ ନାରାୟଣ, ବି. ସମେଶ୍ଵର ରାଓ, ୱାଇ. ରାମ ମହୋନ ରାଓ, ଭି. ରବି କୁମାର ଗୁପ୍ତା, କେ. ମହାନ ସିଙ୍ଗ, ବିଶ୍ଵନାଥ ସାହୁ, ଭି. ମୁରଳି କ୍ରିଷ୍ନା, ଏମ. ୱାରା ପ୍ରଶାଦ, ଏସ. ସାନମୁଖା ରାଓ, ପି. ଭେଙ୍କେଟେଶ୍ୱର ରାଓ, ଜେ. ରାବିପାଥ, ପି. ପ୍ରତାପ, ରାମ ପ୍ରସାଦ, ବାବୁ ରାଓଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

