

ଜଳେଶ୍ୱର (ସମୃଦ୍ଧ ଓଡିଶା) ନାଗରିକତ୍ୱ ସମ୍ପର୍କରେ ବିଧେୟ ପାଲ୍ୟାମେଣ୍ଟ ଓ ପରେ ରାଷ୍ଟପତିଙ୍କ ସ୍ୱିକୃତିଲାଭ କରିଥିଲେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ କାଣ୍ଡ ଘଟି ଆସୁଥିବା ବେଳେ ଆଜି ଓଡିଶାର ଉତ୍ତର ଉପାନ୍ତ ଜଳେଶ୍ୱର ଠାରେ ହଜାର ହଜାର ସଂଖ୍ୟାଲଘୁ ଆବାଳ ବୃଦ୍ଧବନୀତା ଏହି ଆଇନକୁ ବିରୋଧ କରି ନିରବ ଶୋଭାଯାତ୍ରା କରିଥିଲେ । ଏହି ବିକ୍ଷୋଭକାରି ତହସିଲ ଅଫିସ୍ ଯାଏଁ ଯାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ସାଂସଦ, ଜଳେଶ୍ୱର ବିଧାୟକ ଓ ବାଲେଶ୍ୱରର ପୂର୍ବତନ ସାଂସଦଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଜଳେଶ୍ୱରର ଓଲମରା, ପଶ୍ଚିମବାର୍ଡ, ନାମ୍ପୋ, ରାଜପୁର, ଶାସନବାର୍ଡ, ସେକବାର୍ଡ, ପଞ୍ଚୁଘଣ୍ଟା ପ୍ରମୁଖ ଗ୍ରାମାଞ୍ଚଳରୁ ହଜାର ହାଜାର ସଂଖ୍ୟାଲଘ ସଂପ୍ରଦାୟର ଲୋକମାନେ ବିଭିନ୍ନ ପ୍ଲାକାର୍ଡ ଓ ଭାରତୀୟ ଜାତୀୟ ପତାକା ଧରି ଶାନ୍ତିଶୃଙ୍ଖଳା ସହ ଶୋଭାଯାତ୍ରାରେ ଯାଇଥିଲେ । ରାଜପୁରଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରୁଥିବା ବେଳେ ଏମାନଙ୍କ ସହିତ ଫରିଦ ଅହମ୍ମଦ, ସେକ୍ଅବଦୁଲ ରହିମ୍, ହାସିରୁଦ୍ଦିନ ବକ୍ସ, ରିଆଜ ଖାଁ, କୌସୁର ମହମ୍ମଦ, ଅବଦୁଲ ସତ୍ତାର, ମୀର ଲାଲ ଚାନ୍ଦ ଅଲ୍ଲି, ସେକ୍ ଜୁମନ୍, ସେକ୍ ଜୈନୁଲ, ସେକ୍ ଜୈନୁଲ ଆବେଦିନ, ସେକ୍ ସୈଫୁଦ୍ଦିନ, ସେକ୍ ଅବଦୁଲ ମଜିତ୍, ଅବଦୁଲ ମୁରଲାଲ ଖାାଁ, ସେକ୍ ନାସିରୁଦ୍ଦିନ, ସେକ୍ ତଇର୍, ଅବଦୁଲ ରହମନ୍, ଇନ୍ତାଜ୍ ବକ୍ସ, ମିର ମନସୁର ଅଲ୍ଲି ପ୍ରମୁଖ ଏହି ଶୋଭାଯାତ୍ରାରେ ଗଲାବେଳେ ଶିଶିର କୁମାର ହୁଇ, ଦିଲ୍ଲିପ କୁମାର ଗିରି, ଜିତାଂଶୁ ନନ୍ଦୀ, ଦିଲ୍ଲିପ ପରିଡା, ସତ୍ୟ ସୁନ୍ଦର ଦାସ, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ଜଗଦିଶ ନନ୍ଦି, ପ୍ରତୀପ କୁମାର ପ୍ରଧାନ, ଆଇନଜୀବୀ ଅନିଲ କୁମାର ପରିଡା, ବିଜୟ କୁମାର କାମିଳା, ବିଷ୍ଣୁପଦ ଦାସମହାପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ଯୋଗ ଦେଇ ଅଭିଭାଷଣ ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ଜଳେଶ୍ୱର ଏସଡ଼ିପିଓ ଅଙ୍କିତା କୁମ୍ଭାର, ସଦର ଡ଼ିଏସପି ଉମେଶ ଚନ୍ଦ୍ର ପଣ୍ଡା, ଆଇଆଇସି ପ୍ରଦୀପ କୁମାର ମାଝୀ ସଦଳବଳେ ସୁରକ୍ଷା ଦାୟିତ୍ୱରେ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
