ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସେହି ଦିନ ସେ ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି । ଏହାସହ ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨ ତାରିଖରେ ଓଡ଼ିଶା ଆସି ସେହିଦିନ ସେ କଳାହାଣ୍ଡି ଗସ୍ତରେ ଯିବେ ବୋଲି ସୂଚନା ଦେଇଛନ୍ତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି କୋରାପୁଟର ଜୟପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ବର୍ତ୍ତମାନ ପୁଣି ଆସିବେ ।
ରିପୋର୍ଟ : ଆକାଶ ମିଶ୍ର