ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳେ ହେବ । ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨ ତାରିଖରୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ । କୌଣସି ପରିସ୍ଥିତିରେ ବି ଦିନ ୧୧ଟା ପରେ ସ୍କୁଲଗୁଡ଼ିକ ଖୋଲା ରହିବ ନାହିଁ । ଚଳିତମାସ ୩୦ତାରିଖ ସୁଦ୍ଧା ସ୍କୁଲଗୁଡ଼ିକରେ ପରୀକ୍ଷା ଶେଷ କରିବାକୁ କୁହାଯାଇଛି । ସେହିପରି ୨୦୧୯-୨୦ ଶିକ୍ଷାବର୍ଷ ଏପ୍ରିଲ ୩ତାରିଖରୁ ଆରମ୍ଭ ହେବ । ଏପ୍ରିଲ ୨ରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ମେ’ ୬ତାରିଖରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ । ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ । ସେହିପରି ସ୍କୁଲରେ ୧୦ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ ।