ଭୁବନେଶ୍ୱର ((ସମୃଦ୍ଧ ଓଡିଶା)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଶାଖାର ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଛି । ସ୍ଥାନୀୟ ନିକୋପାର୍କ ଛକ ନିକଟସ୍ଥ ଜୟ ଭାରତ ଅଡ଼ିଟୋରିୟମ୍ ରେ ଆୟଜିତ ମହାନଗର ସମ୍ମିଳନୀରେ ପ୍ରଥମେ ପୂର୍ବତନ ମହାନଗର ସମ୍ପାଦକ ସଂଜୟ ମଲ୍ଳିକ ବିଦ୍ୟାର୍ଥୀ ପରିଷଦର ବର୍ଷସାରାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ପାଠ କରିଥିଲେ ଏବଂ ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଳିକ ବିଦ୍ୟାର୍ଥୀ ପରିଷଦର ଲକ୍ଷ ଓ ଆଦର୍ଶ ଉପରେ ଉଦ୍ବୋଧନ ଦେଇଥିଲେ । ପରେ ରାଜ୍ୟ ଉପସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ପୁରାତନ କାର୍ଯ୍ୟକାରିଣୀ ଭଙ୍ଗ କରି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକାରିଣୀରେ ସଭାପତି ଭାବେ ଅଧ୍ୟାପକ ନଳିନୀକାନ୍ତ ରାଉତରାୟ, ଉପସଭାପତି ଭାବେ ଡ଼ଃ.ସଂଜୟ ମହାନ୍ତି, ରଶ୍ମିରଂଜନ ଦାସ, ଦିପକ ବେହେରା ମହାନଗର ସମ୍ପାଦକ ଭାବେ ଦିପକ ପ୍ରକାଶ ସ୍ୱାଇଁ, ମହାନଗର ସହ ସମ୍ପାଦକ ଭାବେ ସୋମୁ ଦେ, ପ୍ରଦ୍ୟୁମ୍ନ ନାୟକ, ସଙ୍ଗୀତା ସାହୁ । ମହାନଗର କାର୍ଯ୍ୟାଳୟ ସମ୍ପାଦକ ଭାବେ ବଳରାମ ବେହେରା । ମହାନଗର କୋଷାଧକ୍ଷ୍ୟ ଭାବେ ରୋହିତ୍ ଅଗ୍ରୱାଲ, ମହାନଗର ଛାତ୍ରୀ ପ୍ରମୁଖ ଲିନା ନନ୍ଦିତା ପରିଡ଼ା, ସହ ଛାତ୍ରୀ ପ୍ରମୁଖ ସୋନାଲି ମିଶ୍ର, ଶୁଭଶ୍ରୀ ବେହେରା । ଷ୍ଟୁଡେଣ୍ଟ୍ ଫର୍ ସେବା ଭାବେ ପ୍ରଭାତ୍ ଦାସ, ମତ୍ ପ୍ରିତ, ଶ୍ରଦ୍ଧା ପରିଡ଼ା । ମହର୍ଷି ସବର, ବୀରକିଶୋର, ଆଲୋକ ନାୟକ, ପ୍ରଭାସିନୀ, ସ୍ୱଂୟଗୋପାଳ ନାୟକ, ପ୍ରିତମ୍ ଦାସ, ଟୁଲୁ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର