ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ସୁଗୋ ପଂଚାୟତ ଅନ୍ତର୍ଗତ ସିମୁଳିଆ ଗାଁର ତ୍ରିଲୋଚନ ବାରିକ ଜଗତ ସିଂପୁର ଜିଲାର କୃଷ୍ଣାନନ୍ଦପୁର ସ୍ଥିତ ହାଜିସେକ୍ ସମିରୁଦ୍ଦିନ ହାଇସ୍କୁଲରେ ଶିକ୍ଷକତା କରିଥିଲେ । ତାଙ୍କର ସ୍ନେହ, ଶ୍ରଦ୍ଧା ଓ ଛାତ୍ରବତ୍ସଳତା ର ପଟାନ୍ତର ନାହିଁ । ଚାକିରୀ କାଳ ପରେ ଏବେ ସେ ଅସୁସ୍ଥ ଓ ଶଯ୍ୟାସାୟୀ ଥିବାର ଜାଣି ସେହି ବିଦ୍ୟାଳୟର ୧୯୮୦ମସିହାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେକ ଛାତ୍ର ଆଜି ତାଙ୍କ ବାସଭବନରେ ପହଞ୍ଚି ସେବା ଶୁଶୃଷା କରିଛନ୍ତି ଓ ଆଶିର୍ବାଦ ଭିକ୍ଷା ମାଗିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୁର୍ ଖାଁ, ରବି ସାହୁ, ସୃତି ରଂଜନ ନାୟକ, ଅନୁପମା ସିଂହ, ଖୁରସିଦା ବେଗମ୍, ସେକ୍ ନିଆଜୁଦ୍ଦିନ ପ୍ରମୁଖ ଏବେ ଉଚ୍ଚ ପଦପଦବୀ ତଥା ଅଧିକ ଉପାର୍ଜନକ୍ଷମ ହୋଇଥିଲେ ମଧ୍ୟ ତ୍ରିଲୋଚନ ବାରିକଙ୍କ ଘରେ ଗୁରୁ-ଶିକ୍ଷ୍ୟର ଭାବାବେଗ ଆଦନ ପ୍ରଦାନ ହୋଇଥିଲା । ଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିରାମୟ ଜୀବନ କାମନା କରିବା ସହିତ ଭଗବାନ ଓ ଆଲ୍ଲାଙ୍କ ଠାରେ ପ୍ରାର୍ଥନା କରିଥିଲେ । ପ୍ରାୟ ୪୦ବର୍ଷ ତଳର ସୃତି ଗୁଡିକୁ ମନେ ପକାଇ ଦୀର୍ଘ ସମୟ କଟାଇଥିଲେ । ଏପରି ଏକ ଘଟଣାଟି ସମଗ୍ର ଜଳେଶ୍ୱର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା