ବ୍ରହ୍ମପୁର, (ସମୃଦ୍ଧ ଓଡିଶା)ଦକ୍ଷିଣ ଓଡ଼ିଶାର ମୁଖ୍ୟ ଚିକିତ୍ସାଳୟ ଭାବେ ଗ୍ରହଣୀୟ ଏମକେସିଜି ମେଡ଼ିକାଲରେ ସମସ୍ତ ପ୍ରକାର ଚିକିତ୍ସାସେବା ଯୋଗାଇ ଦେଉଥିବା ବିଶ୍ୱାସ ଥିବା ବେଳେ ଚିକିତ୍ସାଜନିତ ଅବହେଳା ସାଙ୍ଗକୁ ଏକ୍ସପାଏରୀ ଔଷଧ, ସାଲାଇନ୍ ଦେଇ ରୋଗୀର ଜୀବନ ସହ ଖେଳିବାରେ ମଧ୍ୟ କିଛି ଡ଼ାକ୍ତର, ଷ୍ଟାଫନର୍ମମାନେ ପଛାଉନଥିବା ଅଭିଯୋଗ କରିଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଘଟିଛି ଏମକେସିଜି ମେଡ଼ିକାଲରେ । ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍ ଦିଆଯିବା ପରେ ଉକ୍ତ ରୋଗୀ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ହସପିଟାଲକୁ ସ୍ଥାନାନ୍ତରିତ କରାଗଲା । କିଛି ଡ଼ାକ୍ତର ଓ ଷ୍ଟାଫନର୍ସଙ୍କ ଏହି ପ୍ରକାର ଚରମ ଅବହେଳା ଯୋଗୁଁ ପୂର୍ବରୁ କେତେଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି । ତେଣୁ ଏକ୍ସପାରୀ ସାଲାଇନ ଦେଇଥିବା ଷ୍ଟାଫନର୍ସ ଓ ଏଥିରେ ସଂପକ୍ତ ଡ଼ାକ୍ତର, କର୍ମଚାରୀଙ୍କୁ ଗିରଫ କରିବା ଦାବି ନେଇ ଆଜି ବିଏନପୁର ଥାନା ଆଗରେ ୭୧ ତମ ଘଂଟଯାତ୍ରା କରିବା ସହ ଏକଦାବିପତ୍ର ବିଏନପୁର ଥାନା ଅଧିକାରୀଙ୍କ ଜରିଆରେ ଏସପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଘଂଟ ଯାତ୍ରା ମାନବ ଅଧିକାର ସୁରକ୍ଷା ମଂଚର ଆବାହକ ଅବନୀ କୁମାର ଗୟାଙ୍କ ସମେତ ସଞ୍ଜିତ କୁମାର ଭୂୟାଁ, ପ୍ରଭାତ ନାହାକ, ଏସ୍. ଶାମ୍ବଶିବ ରାଓ, ତାରାିଣୀ ପାତ୍ର, ମାଗୁଣୀ ନାହାକ, ସୁରେନ୍ଦ୍ରନାଥ ପଣ୍ଡା, ମନୋଜ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା