ଏସଏମଆଇଟିରେ ଡିପ୍ଲୋମା ଛାତ୍ରଙ୍କୁ ହାଏର ଇଣ୍ଡିଆ କମ୍ପାନୀରେ ନିଯୁକ୍ତି ସୁଯୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଘରୋଇ ବୈଷୟିକ ଶିକ୍ଷା ଅନୁଷ୍ଠାନ ଏସଏମଆଇଟିର ଡିପ୍ଲୋମା ଇଂଜିନିୟରିଂ ଛାତ୍ରମାନଙ୍କ ପାଇଁ ଫେବୃଆରୀ ୭ ତାରିଖ ଦିନ ଅଂକୁଶପୁର ସ୍ଥିତ ଡିପ୍ଲୋମା ଇଂଜିନିୟରିଂ ବିଭାଗର ମେକାନିକାଲ, ଇଲେକ୍ଟ୍ରିକାଲ ଓ ଇଲୋକ୍ଟୋନିକ୍ସ ଛାତ୍ରଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ପୁନେ ସ୍ଥିତ ହାଏର ଇଣ୍ଡିଆ କମ୍ପାନୀର ଏଚ.ଆର. ସମୀର ଆଚାର୍ଯ୍ୟ, ପ୍ରୋଡାକ୍ସନ ଇନଚାର୍ଜ ମି. ସୁଜିତ ତ୍ରିପାଠୀ ଛାତ୍ରମାନଙ୍କୁ ଟେକନିକାଲ ଗ୍ରାଉଣ୍ଡ, ଗ୍ରୁପ ଡ଼ିସକସନ ଓ ପର୍ଶନାଲ ଏପିଟ୍ୟୁଡ଼ ପରୀକ୍ଷା କରି ମେକାନିକାଲ ବିଭଗର ୩୦ଜଣ ଛାତ୍ର, ଇଲେକ୍ଟ୍ରିକାଲ ବିଭାଗର ୨୦ ଜଣ ଛାତ୍ର ଏବଂ ଇଲୋକ୍ଟ୍ରୋନିକ୍ସ ବିଭାଗର ୬ଜଣ କୃତି ଛାତ୍ରଙ୍କୁ ନିଯୁକ୍ତି ପାଇଁ ମନୋନୀତ କରିଛନ୍ତି ।ସେମାନଙ୍କୁ କମ୍ପାନୀର ବିଭିନ୍ନ ସ୍ଥାନରେ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏସଏମଆଇଟି ଡିପ୍ଲୋମା ବିଭାଗର ପ୍ଲେସମେଣ୍ଟ ଅଧିକାରୀ ଇଂ. ନଟରାଜ, ଇଂ. ଲିଙ୍ଗରାଜ ମହାନ୍ତି, ଇଂ. କାଳିପ୍ରସାଦ ପାଣିଗ୍ରାହୀ, ଇଂ. ଶାନ୍ତନୁ ପାତ୍ର, ଇଂ. ଅନୀଲ ଚୋୖଧୁରୀ, ଇଂ. ମନୋଜ କୁମାର ବେହେରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦୀର୍ଘ ୩୮ ବର୍ଷର ଏହି ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଆଜି ଦେଶ ଓ ବିଦେଶରେ ବିଭିନ୍ନ ପ୍ରତିଷ୍ଠିତ ସୁନାମଧନ୍ୟ କମ୍ପାନୀରେ ଉପଯୁକ୍ତ ପଦପଦବୀରେ ନିଯୁକ୍ତି ପାଇ ନିଜକୁ ଗର୍ବିତ କରିପାରିଛନ୍ତି । ଏସଏମଆଇଟି ଅନୁଷ୍ଠାନରେ ଉପଯୁକ୍ତ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ ପ୍ରଣାଳୀ, ଆବଶ୍ୟକୀୟ ଯନ୍ତ୍ରପାତି ସହ ପାଠପଢ଼ା ପରେ ସେମାନଙ୍କୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି କ୍ଷେତ୍ରରେ ସୁବ୍ୟବସ୍ଥା ଯୋଗାଇ ଦେବା ଯୋଗୁଁ ବହୁ କମ୍ପାନୀ ଆଗ୍ରହର ସହ ନିଯୁକ୍ତି ହେବାରେ ସକ୍ଷମ ହୋଇପାରିଛନ୍ତି । ଆସନ୍ତା ମାସରେ ଆଉ ୨ଟି ପ୍ରତିଷ୍ଠିତ କମ୍ପାନୀ ତରଫରୁ ନିଯୁକ୍ତି ମେଳା କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅନୁଷ୍ଠାନ ଏବଂ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଡିପ୍ଲୋମା ଇଂଜିନିୟରିଂ ଅନୁଷ୍ଠାନର ବିଦ୍ୟାର୍ଥିମାନେ ଏହାର ସୁଯୋଗ ନେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା