

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପକଣ୍ଠସ୍ଥ ଚଣ୍ଡିପଦର ଠାରେ ସ୍ଥାପିତ ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିସର ମଧ୍ୟରେ ଶୁକ୍ରବାର ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ୧୨୦ ଗୋଟି ବୃକ୍ଷରୋପଣ କରିଥିଲେ । ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଡ଼.ଭଗବାନ ଗନ୍ତାୟତ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏହାର ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନୁଷ୍ଠାନର ନିୟୋଜିତ କର୍ମଚାରୀଙ୍କୁ ପଦକ୍ଷେପ ନେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ଜଗନ୍ନାଥ ସାହୁ, ଅଧ୍ୟାପକ ଲୋକନାଥ ମହାରଣା, ଏସ.ଏନ. ନାୟକ, ହେମ କଲ୍ୟାଣ ସାହୁ, ପି. ସ୍ଵାଗତିକା ପୃଷ୍ଟି, ଏସ.କେ. ମହାପାତ୍ର, ଚନ୍ଦନ ପାତ୍ର, ସୁବାଷ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



