ଏସଏମଆଇଟିରେ ଶଶିଭୂଷଣ ରଥଙ୍କ ୧୩୬ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଆ ଭାଷା ଅନ୍ଧୋଲନ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପ୍ରୟାସର ଅନ୍ୟତମ ପୁରୋଧ, ବିଶିଷ୍ଟ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ତଥା ବିଚକ୍ଷଣ ବ୍ୟବସ୍ଥାପକ ଶଶିଭୁଷଣ ରଥଙ୍କ ୧୩୬ ତମ ଜୟନ୍ତୀ ଏସଏମଆଇଟି ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ଅଧ୍ୟକ୍ଷ ଡ଼ଃ ହରିକୃଷ୍ଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଏସଏମଆଇଟିର ସଭାପତି ଡ଼ଃ ଭଗବାନ ଗନ୍ତାୟତ ଏବଂ ଅନୁଷ୍ଠାନର ସମ୍ପାଦକ ଯାମୁଲା ଶଂକରନାରାୟଣ, ଯୁଗ୍ମ ସମ୍ପାଦକ ତଥା ଦୈନିକ ଅଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶଶିଭୂଷଣଙ୍କ ବହୁ ମୁଖ ପ୍ରତିଭା ଉପରେ ଆଲୋକପାତ କରି ସାମ୍ବାଦିକତା ଛାତ୍ରଛାତ୍ରୀମାନେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଡ଼.ଗନ୍ତାୟତ ଶଶିଭୂଷଣଙ୍କୁ ଜଣେ ମହାପୁରୁଷ ଭାବେ ବର୍ଣ୍ଣନା କାରିଥିଲେ । ଡ଼ଃ ଭଗବାନ ଗନ୍ତାୟତ, ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ତ୍ରିନାଥ ମହାରଣା ପ୍ରମୁଖ ସକାଳେ ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକରେ ଥିବା ଶଶିଭୂଷଣଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ । ସଭାରେ ସମ୍ମିଳିତ କାନ୍ଥରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଥିଲା । ଛାତ୍ରୀ ଜୋଛନା ରାଣୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ନିର୍ଦ୍ଦେଶିକା ଡ଼.ସୋନାଲି ସାହୁ, ଅଧ୍ୟାପକ ହରିଶ ଚନ୍ଦ୍ର ବେହେରା, ଅଧ୍ୟାପିକା ସ୍ମିତାସୀନ ମହାପାତ୍ର, ଅଧ୍ୟାପକ ସନତ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଭାଗୀୟ ଛାତ୍ରଛାତ୍ରୀମାନଙ୍କ ସମେତ ଏସଏମଆଇଟିର ପ୍ରଶାସନିକ ଅଧିକାରୀ ବିନାୟକ ପାତ୍ର, ଶ୍ରଦ୍ଧାଞ୍ଜଳି ଦାସ, ଆଇନଜୀବୀ ଉମାକାନ୍ତ ସାହୁଙ୍କ ସହ କର୍ମଚାରୀ ବୃନ୍ଦ ଓ ବ୍ରହ୍ମପୁର ସହରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଜୟନ୍ତୀ ସଭାରେ ଯୋଗଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା