ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ତରଫରୁ ଆଜି ଚଣ୍ଡୀପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜ ପରିସରରେ କର୍ମଶାଳାର ଶୁଭାରମ୍ଭ ହୋଇଯାଇଛି । ହାଇଦ୍ରାବାଦ ସ୍ଥିତ ମେଟାମୋର ଫୀସସ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ମିସ. ସ୍ମିତା ଗାନ୍ଧୀ, ମି. ଏଲିନାସାଇ ପ୍ରଭିନ, ମିସ ସିୟା ଏରୋରା, ମି. ରୀତିକ ରମେଶଙ୍କ ଦ୍ୱାରା ଅର୍ମନିଯୁକ୍ତି ରୋଜଗାର ଉଦ୍ୟମ ପ୍ରଶିକ୍ଷଣ ଶିକ୍ଷା ଚାତ୍ରଛାତ୍ରୀମାନକୁ ଦିଆଯାଇଥିଲା । ଏସଏମଆଇଟିର ସଭାପତି ଡ଼. ଭଗବାନ ଗନ୍ତାୟତ ଆନୁଷ୍ଠାନିକ ଭାବେ କର୍ମଶାଳାର ଶୁଭାରମ୍ଭ କରି ଏହାର ଉପଯୋଗୀତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଆୟୋଜିତ କର୍ମଶାଳାରେ ଅନୁଷ୍ଠାନର ସଂପାଦକ ଜାମୁଲା ଶଙ୍କର ନାରାୟଣ, ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ପ୍ରଫେସର ଏନ.ପି. ସାହୁ, ଡ଼. ଜିତେନ୍ଦ୍ର କୁମାର ସାହୁ, ଇଂ. ଏସ.କେ. ମହାପାତ୍ର, ଇଂ. ସୁବ୍ରତ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ରଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ ।
ରିପୋର୍ଟ : ରବି ପଟ୍ଟନାୟକ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା