
ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା / ରବି ପଟ୍ଟନାୟକ)ସଞ୍ଜୟ ମେମୋରିଆଲ ବୈଷୟିକ ଶିକ୍ଷା ଅନୁଷ୍ଠାନ (ଏସଏମଆଇଟି)ଚଣ୍ଡିପଦର ମେକାନିକାଲ ଡିଗ୍ରୀ ଇଞ୍ଜିନିୟରିଂ କଲେଜର ଆଜି ମେକାନିକାଲ ବିଭାଗ ତରଫରୁ ଏକ ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଏସଏମଆଇଟି ସଭାପତି ଡଃ ଭଗବାନ ଗନ୍ତାୟତ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।ଡିଗ୍ରୀ ଇଞ୍ଜିନିୟରିଙ୍ଗ କଲେଜ ପ୍ରିନ୍ସପାଲ ଡଃ. ଜଗନ୍ନାଥ ସାହୁ, ମେକାନିକାଲ ବିଭାଗର ମୁଖ୍ୟ ତଥା ଆବାହକ ଡଃ. ଜିତେନ୍ଦ୍ର କୁମାର ସାହୁ, ଏକାଡେ଼ମିକ ଉପଦେଷ୍ଠା ଡଃ. ନିରଞ୍ଜନ ପ୍ରସାଦ ସାହୁ, ଏସଏମଆଇଟି ସେକ୍ରେଟାରୀ ଜାମୁଲା ଶଙ୍କରନାରାୟଣ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଏହି ଶିବିର ତିନିଦିନ ଧରି ଏଠାରେ ଚାଲିବ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶିକ୍ଷାଲାଭ କରୁଛନ୍ତି ।

