

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଜି ଦେଶର ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଙ୍ଗୀତ ଗାନ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର ମହାମନୀଷୀମାନଙ୍କର ସ୍ୱାଧୀନତା ପାଇଁ ରହିଥିବା ଅବଦାନ ଓ ଆମ ପାଇଁ ଯେଉଁ ଆଇନ ପ୍ରଣୟନ କରି ଯାଇଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ମନ ଲଗାଇବା ପାଇଁ ଚାତ୍ରଛାତ୍ରୀମାନକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ଇଂ. ରାମଚନ୍ଦ୍ର ପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଅଧ୍ୟକ୍ଷା ଡ଼. ଭାରତୀବାଳା ପଟ୍ଟନାୟକ, ଅଧ୍ୟାପିକା ଶ୍ରୀମତୀ ସୋନାଲି ଗନ୍ତାୟତ, ଅଧ୍ୟାପକ ହରିଶ୍ ଚନ୍ଦ୍ର ବେହେରା, ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ପ୍ରଶାସନ ଅଧିକାରୀ ଶ୍ରୀ ବିନାୟକ ପାତ୍ରଙ୍କ ସମେତ ତ୍ରିଭଙ୍ଗ ପାଣିଗ୍ରାହୀ, ଅନିଲ କୁମାର ତ୍ରିପାଠୀ, ବସନ୍ତ କୁମାର ମହାରଣା, ନିରଞ୍ଜନ ମିଶ୍ର, ହରିକୃଷ୍ଣ ପାତ୍ର, ବିଏନ କର, ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ । ସେହିଭଳି ଡ଼. ଗନ୍ତାୟତ ଚଣ୍ଡିପଦର ସ୍ଥିତ ଏସଏସଆଇଟି ଡିଗ୍ରୀ ଇଞ୍ଜିନିୟରିଂ କଲେଜ ଓ କିଡ଼ସ ସ୍କୁଲରେ ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ଅଧ୍ୟକ୍ଷ ଶ୍ରୀମତୀ ମମତା ସାହୁଙ୍କ ଗହଣରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମ୍ପଦକ ଜାମୁଲା ଶଙ୍କର ନାରାୟଣ ଅଙ୍କୁଶପୁର କ୍ୟାମ୍ପସ ସ୍ଥିତ ଡିପ୍ଲୋମା ଇଞ୍ଜିନିୟରିଂ, ଏମବିଏ, ପିଜିଆରଏମ, ଯୁକ୍ତ ୨ ସାଇନ୍ସ କଲେଜ ଓ ଲାଇବ୍ରେରୀ ଏଣ୍ଡ ଇନଫମେସନ ସାଇନ୍ସ କଲେଜରେ ଅଧ୍ୟକ୍ଷ ଡ଼. ସତ୍ୟବ୍ରତ ଦାସ, ପ୍ରଫେସର ଅମୀୟ କୁମାର ପଣ୍ଡା, ଇଂ. ଏସ.ଏମ. ପାଢ଼ୀଙ୍କ ଗହଣରେ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସଏମଆଇଟି ଆଇଟିଆଇ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ରବି ପଟ୍ଟନାୟକ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
