

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଜି ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଂଗୀତ ଗାନ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର ମହନମନୀଷୀମାନଙ୍କର ସ୍ୱାଧୀନତା ପାଇଁ ରହିଥିବା ଅବଦାନ ଓ ଆମ ପାଇଁ ଯେଉଁ ଆଇନ ପ୍ରଣୟନ କରି ଯାଇଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ମନ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ସବରେ ପରିଚାଳନା କମିଟିର ସଭ୍ୟ ଡ଼.ସିସି ସାହୁ ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ରାମଚନ୍ଦ୍ର ପାତ୍ର, ସାମ୍ବାଦିକ ଓ ଗଣଯୋଗ ବିଭାଗ ଅଧ୍ୟକ୍ଷା ଡ଼. ଭାରତୀବାଳା ପଟ୍ଟନାୟକ, ପ୍ରଶାସନ ଅଧିକାରୀ ବିନାୟକ ପାତ୍ର, ଅଧ୍ୟାପକ ହରିଶ ଚନ୍ଦ୍ର ବେହେରା, ଅଧ୍ୟାପିକା ସୋନାଲି ସାହୁ, ଅଧ୍ୟାପିକା ସନତ ପଣ୍ଡା, ଜଗନ୍ନାଥ ଗନ୍ତାୟତ, ତ୍ରିଭଙ୍ଗ ପାଣିଗ୍ରାହୀ, ଅନିଲ କୁମାର ତ୍ରିପାଠୀ, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାସଙ୍କ ସହ ବହୁ ଛାତ୍ରଛାତ୍ରୀ ଓ କର୍ମଚାରୀ ଉତ୍ସବରେ ଯୋଗଦାନ କରିଥିଲେ । ଡ଼.ଗନ୍ତାୟତ ଚଣ୍ଡୀପଦର ସ୍ଥିତ ଏସଏମଆଇଟି ଡିଗ୍ରୀ ଇଞ୍ଜିନିୟରିଂ କଲେଜ ଓ କିଡ଼ସ ସ୍କୁଲ ପରିସରରେ ମଧ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀ ଗହଣରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଅଂକୁଶପୁର କ୍ୟାମ୍ପସ ସ୍ଥିତ ଡିପ୍ଲୋମା ଇଂଜିନିୟରିଂ, ଏମବିଏ, ପିଜିଆରଏମ, ଯୁକ୍ତ ୨ ସାଇନ୍ସ କଲେଜ ଓ ଲାଇବ୍ରେରୀ ଇନପିରମେସନ ସାଇନ୍ସ କଲେଜ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସଏମଆଇଟି ଆଇଟିଆଇ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ଛୋଟ ପିଲାମାନଙ୍କୁ ମିଷ୍ଟନ ବଣ୍ଟନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟାପକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

