

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନିଷ୍ଟିଚ୍ୟୁଟ ତରଫରୁ ଆଜି ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଂଗୀତ ଗାନ ଭାବଗମ୍ବୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର ମହାମନିଷୀମାନଙ୍କର ସ୍ୱାଧୀନତା ପାଇଁ ରହିଥିବା ଅବଦାନ ଓ ଆମ ପାଇଁ ଯେଉଁ ଆଇନ ପ୍ରଣୟନ କରି ଯାଇଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ମନ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ସବରେ ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ଇଂ.ରାମଚନ୍ଦ୍ର ପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ଼.ହରିଶ ଚନ୍ଦ୍ର ବେହେରା, ଡ଼.ପି.ସି ସାହୁ, ଯୁକ୍ତ ଦୁଇ ନିର୍ଦ୍ଦେଶିକା ପ୍ରଜ୍ଞା ପଣ୍ଡା, ପୂର୍ବତନ ଚେୟାରମ୍ୟାନ ପି.ଭିମୁଡୁ, ଅଧ୍ୟାପିକା ଡ଼.ସୋନାଲି ଗନ୍ତାୟତ, ପ୍ରଶାସନ ଅଧିକାରୀ ବିନାୟକ ପାତ୍ରଙ୍କ ସମେତ ତ୍ରିଭାଙ୍ଗ ପାଣିଗ୍ରାହୀ, ଅନିଲ କୁମାର ତ୍ରିପାଠୀ, ବସନ୍ତ କୁମାର ମହାରଣା, ହରେକୃଷ୍ଣ ପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ । ସହିଭଳି ଡ଼.ଗନ୍ତାୟତ ଚଣ୍ଡିପଦରସ୍ଥିତ ଏସଏମଆଇଟି ଡିଗ୍ରୀ ଇଂଜିନିୟରିଂ କଲେଜ ଓ କିଡ଼ସ ସ୍କୁଲ ଠାରେ ମିଳିତ ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ଜଗନ୍ନାଥ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ମମତା ସାହୁ, ଇଂ.ଏସ.କେ. ମହାପାତ୍ର, ଇଂ.ସନ୍ତୋଷ ପଣ୍ଡା, ସୁବାସ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ, ଡି.ପି ସିଂହଦେଓଙ୍କ ଗହଣରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଅଂକୁଶପୁର କ୍ୟାମ୍ପସ ସ୍ଥିତ ଡିପ୍ଲୋମା ଇଂଜିନିୟରିଂ, ଏମବିଏ, ପିଜିଆରଏମ ଓ ଲାଇବ୍ରେରୀ ଏଣ୍ଡ ଇନଫରମେସନ ସାଇନ୍ସ କଲେଜରେ ଡ଼.ସୁଧାଂଶୁ ମୋହନ ପାଢି, ଅଧ୍ୟକ୍ଷ ଡ଼.ସତ୍ୟବ୍ରତ ଦାସ, ପ୍ରଫେସର ଅମୀୟ କୁମାର ସାବତ, ଇଂ.ଶାନ୍ତନୁ ପାତ୍ରଙ୍କ ଗହଣରେ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ହିଞ୍ଜିଳିକାଟୁ ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସଏମଆଇଟି ଆଇଟିଆଇ ଅନୁଷ୍ଠାନ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଶିକ୍ଷକଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

