ଏସଏମଆଇଟି ଡିଗ୍ରୀ ଇଂଜିନିୟରିଂ କଲେଜରେ ଦୁଇଦିନିଆ ସେମିନାର ଉଦଘାଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନିକଟସ୍ଥ ଚଣ୍ଡି ପଦର ଠାରେ ସ୍ଥାପିତ ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଡିଗ୍ରୀ ଇଂଜିନିୟରିଂ କଲେଜ ଠାରେ ‘ଦି ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟାର୍ସ ଇଣ୍ଡିଆ’ ତରଫରୁ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ସର୍ବଭାରତୀୟ ସ୍ତରୀୟ ‘ଇନୋଭେଟିଭ ଟେକ୍ନୋଲୋଜି ଫର ଇକୋନମିକ ଡେଭଲପମେଣ୍ଟ’ ଶୀର୍ଷକ ସେମିନାର ଆରମ୍ଭ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ସେମିନାର ଚିଫ ପେଟନ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସେମିନାରର ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଇଜର ବ୍ରହ୍ମପୁରର ରେଜିଷ୍ଟାର ବ୍ରିଗେଡ ପ୍ରବୀନ ଚନ୍ଦ୍ର ବ୍ୟାସ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସିଏଟିର ପୂର୍ବତନ ପ୍ରଫେସର ଡ଼.ଗୋପାଳ କୃଷ୍ଣ ଦାଶ, ଆନ୍ଧ୍ରପ୍ରଦେଶର ସହକାରୀ ପ୍ରଫେସର ଡ଼. ସଞ୍ଜୟ କୁମାର ପଣ୍ଡା, ଏସଏମଆଇଟି ଅଧ୍ୟକ୍ଷ ପ୍ରଫେସର ଡ଼.ଜଗନ୍ନାଥ ସାହୁ, ମେକାନିକାଲ ବିଭାଗ ମୁଖ୍ୟ ଡ଼. ଜିତେନ୍ଦ୍ର କୁମାର ସାହୁ, ଏସଏମଆଇଟି ସମ୍ପାଦକ ଜାମ୍ମୁଲା ଶଙ୍କର ନାରାୟଣ, ସେମିନାର ଅଧ୍ୟକ୍ଷ ଇଂ ଆଶୁତୋଷ ପାତ୍ର, ଅଧ୍ୟାପକ ଇଂ.ଦେବାଶିଷ ବିଶ୍ୱାଳ, ଇଂ.ସୁନୀଲ ସାହୁ, ଇଂ.ଚନ୍ଦନ ପାତ୍ର, ଇଂ. ମନୋରଞ୍ଜନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏହି ଦୁଇଦିନିଆ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା