ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସଏମଆଇଟି) ଚଣ୍ଡିପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜରେ ପ୍ରତିବର୍ଷ ଭଳି ଚଳିତବର୍ଷ ଅଗଷ୍ଟ ୧୮ ତାରିଖ ଦିନ କଲେଜରେ ଓରିଏଣ୍ଟସନ ପୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବି.ଟେକ ପାଠ୍ୟକ୍ରମରେ ଚଳିତ ବର୍ଷ ଜଏନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ତାଙ୍କ ଅଭିଭାଷଣରେ କହିଥିଲେ ଯେ. ୩୯ ବର୍ଷର ଏହି ପୁରାତନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା ସହିତ ଏଠାରେ ଅନ୍ୟାନ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି । ଏହି ଅନୁଷ୍ଠାନର ଶତାଧିକ କୃତି ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ମନୋନୀତ ହୋଇ ବହୁ ସୁନାମଧନ୍ୟ କମ୍ପାନୀମାନଙ୍କରେ ଉଚ୍ଚପଦବୀରେ ନିଯୁକ୍ତି ପାଇ ଦେଶ ଓ ବିଦେଶରେ କାର୍ଯ୍ୟରତ ଅଛନ୍ତି । ଯଦ୍ୱାରା ଆଜି ଏହି ଶିକ୍ଷାନୁଷ୍ଠାନ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି । ଡ଼.ଗନ୍ତାୟତ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଅନୁଷ୍ଠାନ ସବୁବେଳେ ସଜାଗ ରହିଛି । ଯଦି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ କୌଣସି ପରିଲକ୍ଷିତ ହୁଏ, ତୁରନ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାକୁ ସେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ନିବେଦନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଜାମ୍ମୁଲା ଶଙ୍କର ନାରାୟଣ, ସହସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଅଧ୍ୟକ୍ଷ ଡ଼.ଜଗନ୍ନାଥ ସାହୁ, ପ୍ରଫେସର ଡ଼.ଜିତେନ୍ଦ୍ର କୁମାର ସାହୁ, ଏସୋସିଏସନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ଦେବାଶିଷ ବିଶ୍ୱାଳ, ସଞ୍ଜିତ କୁମାର ମହାପାତ୍ର, ଶ୍ରୀମତୀ ମମତା ସାହୁ, ସୁବାଷ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ, ଅଲେଖ ସାହୁ, ଡି.ପି.ସିଂଦେଓ, ହରିହର ଗୌଡ଼, ଗୌରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷ ଡ଼.ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା