

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଙ୍କୁଶପୁର ସ୍ଥିତ ଏସଏମଆଇଟି ଡିପ୍ଲୋମା କାର୍ଯ୍ୟାଳୟରେ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦିଆଇସି ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଡ଼ାଇରେକ୍ଟର ଶିଳ୍ପ କେନ୍ଦ୍ର କଟକ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସଏମଆଇଟି ଆଙ୍କୁଶପୁରର ପ୍ରିନ୍ସପାଲ ସୁଧାଂଶୁ ମୋହନ ପାଢ଼ୀ ଏହି କର୍ମଶାଳା ଆୟୋଜନ କରିଥିଲେ । ୧୦୦ରୁ ଉର୍ଦ୍ଧ୍ୱ ଡିପ୍ଲୋମା ଛାତ୍ରଛାତ୍ରୀ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଏଚଓଡି ସମରେନ୍ଦ୍ର ଚୌଧୁରୀ, ଅନିଲ ଚୌଧୁରୀ, ଯତୀନ ମିଶ୍ର, ଶ୍ରୀ କୁମାର ସେଠି, ଝୁଲି ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା


