

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ଏସଏମଆଇଟି) ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୭ତାରିଖ ଗୁରୁବାର ଦିନ ମଦନମୋହନପୁର ନବଜୀବନ ବାଳାଶ୍ରମରେ ଅନ୍ତେବାସୀଙ୍କୁ ଲୁଗା ଓ ଛତା ବଣ୍ଟନ କରାଯାଇଛି । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ବିଜେଡି ନେତା ଡ଼. ଭଗବାନ ଗନ୍ତାୟତ ଏବଂ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ବାଳାଶ୍ରମର କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଛି ।ଏସଏମଆଇଟି ଅନୁଷ୍ଠାନ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରି ଆସୁଅଛନ୍ତି । ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ପରିଚାଳକ, ବେଦଶାଳାର ପ୍ରଧାନ ଆଚାର୍ଯ୍ୟ ଗଙ୍ଗାଧର ପଣ୍ଡା, ଇଂ.ଅମରେଶ ସାହୁ, ଇଂ.ଶୁଭ୍ରାଂଶୁ ଦାସ, ଇଂ.ଶାନ୍ତନୁ ପାତ୍ର, ପ୍ରଶାନ୍ତ କୁମାର ଚୋୖଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଏହି ଗ୍ରାମର ବିକଳାଙ୍ଗ ଶିକ୍ଷିତ ଯୁବକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । ସାଧାରଣରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।
ରିପୋର୍ଟ : ରବି ପଟ୍ଟନାୟକ ଓ ଆମପ୍ରତିନିଧି ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



