


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏସଏମଆଇଟି ଯୁକ୍ତ ଦୁଇ (ବିଜ୍ଞାନ) ଆବାସିକ ମହାବିଦ୍ୟାଳୟ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ଏକ ନିର୍ଭରଯୋଗ୍ୟ ଅନୁଷ୍ଠାନ ଭାବେ ପରିଚୟ ସୃଷ୍ଟି କରିଛି । ୧୯୮୦ ଠାରୁ ଏହି ମହାବିଦ୍ୟାଳୟ ଯେଉଁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିଛି ସେମାନେ ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଟ ହୋଇଛନ୍ତି । ଏଣୁ ଏହି କଲେଜର ଅଭିଭାବକଙ୍କ ବିଶ୍ଵାସଭାଜନ ହୋଇ ସମସ୍ତ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଚଳିତ ବର୍ଷ ବହୁ ଅଭିଭାବକ ସେମାନଙ୍କର ପିଲାମାନଙ୍କ ନାଁ ଏହି କଲେଜରେ ଲେଖାଇବା ପାଇଁ ଆଗଭର ହେଉଥିବା ଦେଖିବାକୁ ମିଳିଛି । ଏହି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରେଣୀଗୃହ, ହଷ୍ଟେଲ ଓ ଖେଳପଡିଆ ବ୍ୟବସ୍ଥା କରାଯାଇଛି । ଏହି ବର୍ଷର ଅନୁଷ୍ଠାନର ସର୍ବୋଚ୍ଚ ସଫଳତା ଗଂଜାମ ବ୍ଲକର ପ୍ରମୋଦ କୁମାର ବାରିକଙ୍କ କନ୍ୟା ସୁଶ୍ରୀ ଶୁଭଦ୍ରା ପ୍ରିୟଦର୍ଶନୀ ୫୦୮ ମାର୍କ ରଖି ଗଞ୍ଜାମ ବ୍ଲକର ପ୍ରଥମ ସ୍ଥାନରେ ରହିଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା ଅଭିଭାବକ, ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ଅଭୁତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସଭାପତି ଡକ୍ଟର ଭଗବାନ ଗନ୍ତାୟତ ସମସ୍ତଙ୍କୁ ଅଭିନନ୍ଦନ ଯିବା ସହିତ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ରିପୋର୍ଟ : ରବି ପଟ୍ଟନାୟକ ଓ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


