

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ପକ୍ଷରୁ ଅଙ୍କୁଶପୁର ସ୍ଥିତ ଯୁକ୍ତ୨ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଟାଉନହଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତା କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଗୁଣଗାନ କରି କହିଥିଲେ ଯେ ଏହି ଅଞ୍ଚଳର କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୦୭ରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଛି । ଉପଯୁକ୍ତ ଶିକ୍ଷକ ଓ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ ଯୋଗୁଁ ସଫଳ ହୋଇପାରିଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବିଜେଡି ଜିଲ୍ଲା ସଂପାଦକ ଦୁର୍ଗରେ ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଉପସଭାନେତ୍ରୀ ସ୍ନେହଲତା ପଣ୍ଡା, ଶିକ୍ଷାବିତ ଡ଼. ରାମ ପ୍ରସାଦ ପଣ୍ଡା, ଶିକ୍ଷାବିତ ସୋନାଲି ଗନ୍ତାୟତ ପ୍ରମୁଖ ଯୋଗଦାନ କରି ଉଦବୋଧନ ଦେଇଥିଲେ । ଯୁକ୍ତ୨ କଲେଜ ନିର୍ଦ୍ଦେଶିକା ପ୍ରଜ୍ଞା ପଣ୍ଡା ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବକୁ ଅନୁଷ୍ଠାନର ଅଧ୍ୟାପକ ମିଥୁନ କୁମାର ସାହୁ, ଅଧ୍ୟାପକ ଦିପକ କୁମାର ଜେନା, ଅଧ୍ୟାପିକା ସନ୍ଧ୍ୟାରାଣୀ ଚକ୍ର, ଅଧ୍ୟାପକ ବଳରାମ ପାଣିଗ୍ରାହୀ ପ୍ରମୁଖ ପରିଚାଲନା କରିଥିଲେ । ଅନୁଷ୍ଠାନର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ରବି ପଟ୍ଟନାୟକ, ନିମାଇଁ ଚରଣ ପଣ୍ଡା




















