ଏସପି ଓ ଜଳେଶ୍ୱର ବଣିକ ସଂଘର ହସ୍ତକ୍ଷେପ ଫଳରେ ଥାନାରେ ମାମଲା ରୁଜୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ବଡବଜାର ଅଂଚଳର ବିଶିଷ୍ଟ ବ୍ୟବସାୟୀ ରାମଜୋଶ ପ୍ରସାଦଙ୍କ ଗୋଦାମ ଘରୁ ଦୀର୍ଘଦିନ ଧରି ତାଙ୍କର ଜନୈକ କର୍ମଚାରୀ ବିଭିନ୍ନ ସାମଗ୍ରୀ ଅଭିନବ ଉପାୟରେ ଚୋରୀ କରିଆସୁଥିଲେ । ମାତ୍ର ଏହି ଘଟଣା ସଂପର୍କରେ ରାମଜୋଶଙ୍କୁ କୌଣସି ସୁରାକ ମିଳୁନଥିଲା । ଗତ ଶନିବାର ବିଳମ୍ବିତ ରାତିରେ ସଂପୃକ୍ତ କର୍ମଚାରୀ କେତେକ ତେଲବଟଲ ଚୋରି କରି ଜାତୀୟ ରାଜପଥଆଡକୁ ଖସି ପଳାଇ ଯାଉଥିବା ବେଳେ ତାକୁ କେତେକ ଯୁବକ ଧରି ଥାନାରେ ଜିମା ଦେଇଥିଲେ । ମାତ୍ର ଏହି ଘଟଣାରେ ଥାନାରେ କୌଣସି ଲିଖିତ ଅଭିଯୋଗ ନ କରାଯିବା ଫଳରେ ପୋଲିସ୍ କୌଣସି ମାମଲା ରୁଜୁ କରିନଥିଲା । ଅପର ପକ୍ଷରେ ସଂପୃକ୍ତ ଅଭିଯୁକ୍ତ ଦେଉଳି ପଞ୍ଚୁଘଣ୍ଟା ଗ୍ରାମର ଦିଲ୍ଲିପ ସି(୨୮)ଙ୍କ ନାମରେ ପୂର୍ବରୁ ଏକ ଏନ୍ବିଡବ୍ଲୁ ଥିବାରୁ ତାକୁ ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର ରାମଜୋଶଙ୍କ ପକ୍ଷରୁ ଗତକାଲି ଅପରାହ୍ନରେ ଏକ ଅଭିଯୋଗ କରାଯିବା ଫଳରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ବଣିକ ସଂଘ ସଭାପତି ସୁଧିର ମହାନ୍ତି ଓ ଅନ୍ୟାନ୍ୟ କେତେକ କର୍ମକର୍ତ୍ତା ଥାନାରେ ପହଞ୍ଚି ଏ ସଂପର୍କରେ ଆଇଆଇସିଙ୍କୁ ପଚାରିଥିଲେ । ଶେଷରେ ଆଇଆଇସି ଶ୍ରୀ ମାଝୀ ସଂପୂର୍ଣ୍ଣ ଘଟଣା ସଂପର୍କରେ ବାଲେଶ୍ୱର ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କପରେ ତାଙ୍କ ନିର୍ଦ୍ଦେଶ କ୍ରମେ ମାମାଲା ୨୫୮/୧୯ ମୂଳେ ରୁଜୁ କରାଯାଇଥିଲା । ଏହି ମାମଲା ସଂପର୍କରେ ପଚାରାଉଚରା କରିବା ପାଇଁ ଅଭିଯୁକ୍ତ ଦିଲ୍ଲିପ ସିଂକୁ ରିମାଣ୍ଡରେ ଅଣାଯିବ ବୋଲି ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା