ଏସ୍‌ଏଫଆଇର ପୂର୍ବତନ ଛାତ୍ର ନେତା ଅଜୟ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାରେ ବସବାସ କରି ଆସୁଥିବା ଏସ୍‌ଏଫଆଇର ପୂର୍ବତନ ଛାତ୍ରନେତା ଅଜୟ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା ଶାନ୍ତିଆସ୍ଥିତ ଶ୍ରୀମାମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ଛାତ୍ର ସଂସଦର ପୂର୍ବତନ ସଭାପତି ଦିଲ୍ଲିପ କୁମାର ଗିରି ସଭାପତିତ୍ୱ କରିଥିଲେ । ଅଜୟ ଜଣେ ନିର୍ଭିକ ଛାତ୍ର ଥିବା ବେଳେ ୧୯୭୭-୭୮ ଶିକ୍ଷାବର୍ଷରେ ଛାତ୍ର ସଂସଦର ସହସଂପାଦକ ଥାଇ ଦୀନକୃଷ୍ଣ କଲେଜର ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ଦୀର୍ଘ ୨୫ଦିନ ଜେଲ୍‌ରେ ରହିବା ଆଜିବି ସମସ୍ତଙ୍କୁ ମନେ ପକାଇଦିଏ । ସେ ଜଣେ ସଂଗଠକ, ସମାଜସେବି, ପରପୋକାରୀ, ନିଷ୍ଠାପର କର୍ମଚାରୀ ଭାବେ ପରିଚିତ ଥିଲେ ବୋଲି ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଲଳିତ ରଂଜନ ସେନାପତି, ଡ. ରଜନୀକାନ୍ତ ଭୂୟାଁ, ସାମ୍ବାଦିକ ରବିନ୍ଦ୍ର ନାଥ ସେନାପତି, ଆଇନ୍‌ଜିବୀ ସେକ୍ ଫରିଦ୍ ଅହମ୍ମଦ, ସୁନିଲ ନାୟକ, ବନମାଳି ଧଳ, ଗଣେଶ ଚନ୍ଦ୍ର ପାଳ, କମଳ ଲୋଚନ ମହାପାତ୍ର, ଜୟନ୍ତ କୁମାର ଦେ, ନବେନ୍ଦୁ ପ୍ରଧାନ, ବିରଞ୍ଚି ଭୂୟା, ରାଧାନାଥ ଭଂଜ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଆତ୍ମାର ସଦ୍‌ଗତି ଲାଗି ୧ ମିନିଟ୍ ନିରବ ପ୍ରାର୍ଥନା ସହିତ ପୂଷ୍ପାର୍ଘ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା