ଏସୟୁସିଆଇ କମ୍ୟୁନିଷ୍ଟ ଦଳ ଲଢ଼ିବ ନିର୍ବାଚନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏସୟୁସିଆଇ କମ୍ୟୁନିଷ୍ଟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଥିବା ଖବର ପ୍ରକାଶ କରିଛନ୍ତି । ଦଳ ରାଜ୍ୟରେ ୮ ଟି ଲୋକସଭା ଏବଂ ୨୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଲୋକସଭା ଆସନରେ ସୋମନାଥ ବେହେରା ଏବଂ ବ୍ରହ୍ମପୁର ବିଧାନସଭା ଆସନରେ ଶିବାନୀଶଙ୍କର ମିଶ୍ର ପ୍ରତିଦ୍ୱନ୍ଦିତା କରିବେ । ସେହିଭଳି ଗୋପାଳପୁର ବିଧାନସଭା ଆସନରେ ପି.ଶିବ ପ୍ରସାଦ ରେଡ଼ି, ହିଞ୍ଜିଳି ବିଧାନସଭା ଆସନରୁ ଡ଼ି.ତିରୁପତି ଦୋରା ପ୍ରତିଦ୍ୱନ୍ଦିତା କରିବେ ବୋଲି କହିଛନ୍ତି । ଏସୟୁସିଆଇ ଦଳର ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ବିପୂଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଦଳ ପକ୍ଷରୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । କଂଗ୍ରେସ ତଥା ଅନ୍ୟ ବିଭିନ୍ନ ବୁର୍ଜୁଆ ଦଳମାନଙ୍କ ପରେ ଗତ ୫ ବର୍ଷ ହେଲା ବିଜେପି ଆଚ୍ଛେଦିନର ଧୂଆଁବାଣ ମାରି କେନ୍ଦ୍ରରେ ଶାସନ କରୁଛି ସେହିଭଳି ରାଜ୍ୟରେ ୨୦ ବର୍ଷ ଧରି ବିଜେଡ଼ି ଶାସନ କରୁଥିବା ବେଳେ ନିର୍ବାଚନ ଆସି ଏମିତି ଯାଉଥିଲେ ମଧ୍ୟ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ କୌଣସି ସ୍ଥାୟୀ ସମାଧାନ ହୋଇପାରିନଥିବା ବେଳେ ଏସୟୁସିଆଇ ଦଳ ବିଜୟୀ ହେଲେ ରାଜ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଠା କରିବ । ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାନ୍ତୁ ବୋଲି ସମ୍ମିଳନୀରେ ଏସୟୁସିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ବେହେରା, ଶିବାନୀ ଶଙ୍କର ମିଶ୍ର, ପି.ଶିବ ପ୍ରସାଦ ରେଡ଼ି, ଡ଼ି.ତିରୁପତି ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା