

ଦଶରଥପୁର(ସମୃଦ୍ଧଓଡିଶା)ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ (ଏସଜି କଲେଜ ) ରେ ନୂଆ-ଓ ତରଫରୁ ଦୁଇଦିନିଆ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | +୨ ବିଭାଗର କ୍ରୀଡା ଉତ୍ସବକୁ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ର ପତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପ୍ରଥମେ +୨ ର ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ସାଧୁଗୌରେଶ୍ୱର ମନ୍ଦିରରେ ପ୍ରଥମେ ପୂଜାର୍ଚନା କରିବା ସହ ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ | +୨ର ନୋଡାଲ ଅଫିସର ପ୍ରାଧ୍ୟାପକ ଉଜ୍ଜଳ କାନ୍ତ ଦାସ ମଶାଲ ଗ୍ରହଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ | ସେହିପରି +୩ ଶ୍ରେଣୀର କ୍ରୀଡା ଉତ୍ସବ ଶେଷ ହୋଇଥିବା ବେଳେ ଉଭୟ ଦିନରେ ପ୍ରାୟ ୭00 ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ | +୩ ର ନୋଡାଲ ଅଫିସର ପ୍ରାଧ୍ୟାପକ ରବିନାରାୟଣ ଦାସ, କ୍ରୀଡା ବିଭାଗର ମୁଖ୍ୟ ଉମାକାନ୍ତ ସାହୁ, ଡ଼ଃ ସୁଧାଂଶୁ କୁମାର ଦାସ, ପ୍ରଦୀପ ଶତପଥି, ସଞ୍ଜୟ କୁମାର ସାମଲଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଶେଷରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ର ଧ୍ଵଜ ଅବତରଣ କରିବା ସହ ସମସ୍ତଙ୍କୁ କ୍ରୀଡା ଉତ୍ସବରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ |
ରିପୋର୍ଟ : ରଜତ ପଟ୍ଟନାୟକ