ଏସ.ସି.ଡ଼ି.ଓ ଓ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ଅଭିଯାନ ପ୍ରଚାର

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ପାରଳାଖେମୁଣ୍ଡି ସାମାଜିକ ଓ ସାମ୍ପ୍ରଦାୟିକ ଉନ୍ନୟନ ସଂଗଠନ(ଏସ.ସି. ଡ଼ି. ଓ )ଏନ. ଜି. ଓ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁରାଣ୍ଡି ଙ୍କ ମିଳିତ ଉଦ୍ୟମରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ରାଜପ୍ରାସାଦ ଠାରୁ ଏକ ସ୍ୱାସ୍ଥ୍ୟ ଶୋଭାଯାତ୍ରା କୁ ଡ଼ଃ ଅନଙ୍ଗ ସୂଦନ ଭୂଇଁଆ ଏବଂ ଈଶ୍ୱର ଚନ୍ଦ୍ର ବେହେରା ସବୁଜ ପତାକା ଦେଖାଇ ସ୍ୱାସ୍ଥ୍ୟ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l ଡ଼ାଇରିଆ. ଡେଙ୍ଗୁ. ମ୍ୟାଲେରିଆ ଆଦି ରୋଗକୁ ରୋକିବା ପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା l ପାରଳାଖେମୁଣ୍ଡି ପୌରାଞ୍ଚଳରେ ଥିବା ୱର୍ଡ଼ ଗୁଡିକରେ ବୁଲି ବୁଲି ସ୍ୱାସ୍ଥ୍ୟ ଶୋଭାଯାତ୍ରା ପ୍ରଚାର କରାଯାଇଥିଲା l ମଶାରୀ ଟାଙ୍ଗୀ ଶୋଇବା. ନାଳନର୍ଦମା ସଫାରଖିବା. ଆବର୍ଜନା ଏ ଣେତେଣେ ନ ପକାଇବା. ପାଣି ଯମୁଥିବା ସ୍ଥାନକୁ ବିଶୋଧିତ ପାଉଡର ପକାଇ ଡେଙ୍ଗୁ. ହଇଜା. ମ୍ୟାଲେରିଆ ଆଦି ରୋଗକୁ କିପରି ମୂଳାପୋଛ କରାଯାଇ ପାରିବ ସେ ବିଷୟରେ ବିଷଦ ଭାବରେ ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା l ଏହି ଶୋଭାଯାତ୍ରାରେ ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଆଜିର ସ୍ୱାସ୍ଥ୍ୟ ଶୋଭାଯାତ୍ରାର ପ୍ରମୁଖ ଭୂମିକା ରହିଥିଲା l ଜିଲ୍ଲା ଆଶା ପ୍ରବାଦିକ ଶ୍ରୀ ନାରାୟଣ ମଲ୍ଲିକ. ଆଶାକର୍ମୀ. ଛାତ୍ରଛାତ୍ରୀ. ଏବଂ ସାମାଜିକ ଓ ସାମ୍ପ୍ରଦାୟିକ ଉନ୍ନୟନ ସଙ୍ଗଣ୍ଠନର ସୁନୀଲ ପଟ୍ଟନାୟକ. ରଞ୍ଜନ ପଟ୍ଟନାୟକ. ଗଣେଷ ପ୍ରଧାନ. ନନି ଭାସୁ. ଆଦି ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହିଥିଲେ l

ରିପୋର୍ଟ : କୃଷ୍ଣ କୁମାର ବେହେରା