ଓଁ ଶ୍ରୀ ଯୋଗବେଦାନ୍ତ ସେବା ସମିତି ଦ୍ଵାରା ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ

ରାଉରକେଲା(ସମୃଦ୍ଧଓଡିଶା) ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ସତସଙ୍ଗ ଭବନ ରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହା ସମାରୋହରେ ପାଳନ କରା ଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଏବଂ ଆଖ ପାଖ ଅଞ୍ଚଳ ରୁ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ସାଧକ ଓ ସାଧିକା ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭ ରେ ହୋମଯଜ୍ଞ ଏବଂ ୧୦୮ ଶ୍ରୀ ଆଶାରାମାୟଣ ପାଠ, ଗୁରୁ ବନ୍ଦନା ଏବଂ ଭଜନ କୀର୍ତ୍ତନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। “ଗୁରୁପୂର୍ଣ୍ଣିମା” ମହୋତ୍ସବ ହେଉଛି ଶ୍ରଦ୍ଧା, ଆସ୍ଥା, କୃତଜ୍ଞତା ତଥା ସମର୍ପଣ ଭାବ ଦ୍ଵାରା ଜୀବତ୍ଵ ର ବିନାଶ କରି ଇଶ୍ୱରତ୍ଵ ଜାଗ୍ରତ କରିବାର ପର୍ବ। ୮୪ ଲକ୍ଷ ଜନ୍ମର ଦୁଃଖରୁ ମୁକ୍ତ ହୋଇ ପରମାତ୍ମା ସହିତ ମିଳନ ର ପର୍ବ “ଗୁରୁପୂର୍ଣ୍ଣିମା” ଅଟେ। ଈଶ୍ୱର କୃପା ଦ୍ଵାରା ମନୁଷ୍ୟ ରୂପି ସାଧକକୁ ସଦଗୁରୁ ପ୍ରାପ୍ତି ହୋଇଥାଏ ଏବଂ ଗୁରୁ କୃପା ଦ୍ଵାରା ସାଧକ ଶକ୍ତିଶାଳୀ ହୋଇ ଅସାଧ୍ୟ ସାଧନ କରିବାରେ ସଫଳ ହୋଇଥାଏ। ଏଇ କାର୍ଯ୍ୟକ୍ରମ ରେ ସମିତି ପକ୍ଷ ରୁ ସର୍ବଶ୍ରୀ ରାମେଶ୍ବର ଦାସ, ବିଶ୍ୱଜିତ୍ ସରକାର, ବନାରସି ପ୍ରସାଦ, ଦିଲୀପ ମହାନନ୍ଦିଆ, ଶୁଭେନ୍ଦୁ ନାୟକ, ଉଜ୍ଜ୍ୱଳ ଚନ୍ଦ୍ର ମହନ୍ତ, ବିଶ୍ବମ୍ବର ମହାନ୍ତି, ଦେବଜୀତ ସତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ, ସୁରେନ୍ଦ୍ର ଅଗର୍ଵାଲ, ପର୍ଶୁରାମ ବଡାଇକ, ମଧୁଦେବି ଭର୍ମା, ପ୍ରୀତି ବିଶ୍ଵକର୍ମା, ସୁନୀତା ଅଗର୍ଵାଲ, ସୁନୀତା ସାହୁ, ଅନିତା ମାଝୀ, ସ୍ଵପ୍ନା ପଟ୍ଟନାୟକ, ଲଳିତା ପୋଦାର, ଅନ୍ନପୂର୍ଣ୍ଣା ଗୌତମ ସହଯୋଗ କରିଥିଲେ ତଥା ମନୋରଂଜନ ବେହେରା ଶ୍ରୀ ଆଶାରାମାୟଣ ପାଠ କରାଇଥିଲେ ତଥା ଶ୍ରୀ ଜୟ ଶଙ୍କର ଗୌଡ଼ ଓ ସମୀର ପଟ୍ଟନାୟକ ପୁରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଉପସ୍ଥିତ ସଜନ ମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା।

ରିପୋର୍ଟ : ରଜତ ମହାପାତ୍ର