

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ଓକିଲ ସଂଘର ନିର୍ବାଚିତ କର୍ମକର୍ତ୍ତାମାନଙ୍କ ନାମ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଛତ୍ରପୁର ଓକିଲ ସଂଘର ସଭାପତି ଭାବେ ପୁଣି ପ୍ରଦୀପ କୁମାର ପାଢି ଓ ସମ୍ପାଦକ ଭାବେ ଏଲ୍. ଗୋପାଳ ରାଓ (ଗୋପୀ) ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଚୈତନ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ସଂଜୟ କୁମାର ବେହେରା, ସହ ସମ୍ପାଦକ ଭାବେ ଅପସରା ଜାନ, ଲାଇବ୍ରେରୀ ଓ ସେମିନାର ସମ୍ପାଦକ ଭାବେ ସୁରେଶ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଭାବେ ଭୈରବୀ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ପଦବୀ ପାଇଁ ଜଣେ ପ୍ରାର୍ଥୀ ଅଶୋକ କୁମାର ପଣ୍ଡା ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସି.ଏଚ୍. ସୁର୍ଯ୍ୟ ନାରାୟଣ ରେଡ୍ଡି ଘୋଷଣା କରିଛନ୍ତି ।