

ଗଜପତି (ସମୃଦ୍ଧ ଓଡିଶା) ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠାତା ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କୋର୍ଟ ଛକଠାରେ ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି ଅନାବୃତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସାଂସଦ ଡ଼ଃ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଯୁଗ୍ମ ଶାସନ ସଚିବ ସଙ୍ଘମିତ୍ରା ଶତପଥୀ ଯୋଗ ଦେଇ ରାଜଗୁରୁଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ସୁଜିତ ପ୍ରଧାନ

