

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଯାଜପୁରରେ ଆଉ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ସୂଚନା ପରେ ସରକାରଙ୍କ ଚିନ୍ତା ବଢିଯାଇଛି । ୧୪ ଜଣ ଚିହ୍ନଟ ପରେ କେବଳ ଯାଜପୁରରେ ସଂଖ୍ୟା ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଆଜି ସକାଳେ ଏଠାରେ ୩ ଜଣ ଚିହ୍ନଟ ହୋଇଥିଲେ ଏହାକୁ ମିଶାଇ ରାଜ୍ୟରେ ୧୪୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି। ତେବେ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୫୮୮ଟି ସାମ୍ପଲ୍ ଟେଷ୍ଟ ହୋଇଥିଲା।
ରିପୋର୍ଟ:ପ୍ରଭାତ କୁମାର ବେହେରା