ଓଡ଼ିଶାରେ ଆଇ.ଟି ଶିଳ୍ପ ବିକାଶ ସମ୍ଭାବନା: ଆଶା ଓ ଆଶଙ୍କା

ଭୁବନେଶ୍ୱର(ସମୃଦ୍ଧଓଡିଶା) ତା୨୯-୭ : ବହୁ ନାମୀ ଦାମୀ ଆଇ ଟି କମ୍ପାନୀମାନେ ଓଡ଼ିଶାରେ ଶାଖା ଖୋଲିବାରେ ଲାଗିଛନ୍ତି l ଏ ଦିଗରେ ଅଧିକ ଧ୍ୟାନ ଦେଇ ସରକାର କାର୍ଯ୍ୟ କଲେ ସଫଳ ଅବସମ୍ଭlବ୍ୟ l ପୂର୍ବତନ ଏନ ଆଇ ସି ନିର୍ଦ୍ଦେଶକ ତଥା ସଂପ୍ରତି ସାଂସଦ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଥିଙ୍କର୍ସ କ୍ଳବ୍ ର ୧୦୬ ତମ ଆଭସି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ପ୍ରଯୁକ୍ତି ଶିଳ୍ପ ଓ ବୈଷୟିକ ବିଶ୍ଵବିଦ୍ୟାଳୟ କୁ ପ୍ରଧାନ ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଙ୍କ ବିଶେଷ ସହାୟତାରେ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l ତାଙ୍କର ବିଗତ ୩୦ ବର୍ଷର ଅଭିଜ୍ଞତା କୁ ଆଧାର କରି କେନ୍ଦ୍ର ଆଈ ଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ସହଯୋଗ ରେ ଓଡ଼ିଶାରେ ଟେଲେକମୁନିକେସନ ଆଇ ଟି ଶିଳ୍ପ ର ପ୍ରସାର ପାଇଁ ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୂଜlଇ ଆବଶ୍ୟକ ପଦକ୍ଷେପ କୁ ତ୍ୱରାନ୍ୱିତ କରାଯିବ ବୋଲି ସେ ବଦ୍ଧ ପରିକର୍ l ଓଡ଼ିଶା ଆଇ ଟି କମ୍ପାନୀ ତତ୍ତ୍ଵ ର ପରିଚlଳନା ନିର୍ଦ୍ଦେଶକ ଅୟସ କାନ୍ତ ମହାନ୍ତି,ବେଙ୍ଗାଲୁରୁ ଉଇପ୍ରୋ ଟlଲେଣ୍ଟ ସ୍କିଲିଂ ମୁଖ୍ୟ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ଜାପାନ ରକୁଟେନ୍ ଆଇ ଏନ୍ ସି ର ବରିଷ୍ଠ ଆଇ ଟି ଯନ୍ତ୍ରୀ କlଳିପଦ ତ୍ରିପାଠୀ, ଲଣ୍ଡନ ରୁ ୱାଟଫର୍ଡ କମ୍ପାନୀ ଆଈଟି ଯନ୍ତ୍ରୀ ମାନଗୋବିନ୍ଦ ସେଠୀ ଆଲୋଚନାରେ ମୁଖ୍ୟତ ଅଂଶଗ୍ରହଣ କରି ଆଇଟି ଶିଳ୍ପ ପ୍ରତିଷ୍ଠା ଦିଗରେ ବିଭିନ୍ନ ପରାମର୍ଶ ଦେଇ ସଂପ୍ରତି ସବୁ କ୍ଷେତ୍ର ରେ ଆଇ ଟି ର ଆବଶ୍ୟକତା କୁ ବୁଝାଇଥିଲେ l ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ଅନୁଷ୍ଠାନ ର ୧୦୬ ତମ ଆଲୋଚନାରେ ଅଧ୍ୟକ୍ଷତା କରି କହିଲେ ଆଇ ଟି ଶିଳ୍ପ ପ୍ରଦ୍ୟୁଷଣ ମୁକ୍ତ l ମାତ୍ର ଓଡ଼ିଶାରେ କିପରି କ୍ରମାଗତ ବାତ୍ୟା ବନ୍ୟା କୁ ପ୍ରତିରୋଧ କରାଯାଇପାରିବ ଯଦ୍ୱାରା ଆଇ ଟି ଶିଳ୍ପ କ୍ଷେତି ଗ୍ରସ୍ଥ ହେବନି ସେ ଦିଗରେ ଅଧିକ ବୈଷୟିକ ଜ୍ଞାନ ସମ୍ପନ୍ନ ବୈଜ୍ଞାନିକ ମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କୁ ଆଗକୁ ନେବାକୁ ହେବ l ବେଙ୍ଗlଲୁରୂରୁ ଯନ୍ତ୍ରୀ ବିଭୁ ଦତ୍ତ ମହାନ୍ତି,ଜ୍ଞାନରଞ୍ଜନ,ସୁଶାନ୍ତ ରାଉତ,ଚେନ୍ନାଇ ରୁ ଶାନ୍ତନୁ ଜେନା,ଥାଇଲାଣ୍ଡ ରୁ ଆଦ୍ରିସ ବ୍ରହ୍ମଦତ,ଟି ସି ଏସ ରୁ ପ୍ରିୟଙ୍କା ସିଂଦେଓ,ବାହାରିନ ରୁ ସୁବାସ ସାହୁ,ଭିଏତନାମ ରୁ ମଦନ ମୋହନ ସେଠୀ ଇତ୍ୟାଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ l ମାନ୍ୟବର ସାଂସଦ ରବୀନ୍ଦ୍ରନାଥ ବେହେରା ଙ୍କ ନେତୃତ୍ୱରେ ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ସର୍ବ ସମ୍ମତି ରେ ନିଷ୍ପତ୍ତି କରାଗଲା l ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟ ସରିଗଲେ ଏ ଦିଗରେ ଅଧିକ ସଫଳତା ମିଳିବ ବୋଲି ଆଶା କରାଯାଏ l ଶେଷରେ ବିଶ୍ଵର ବିଶିଷ୍ଟ ଯନ୍ତ୍ରୀ ଓ ବ୍ୟକ୍ତି ମାନେ ଆଲୋଚନା ଟିକୁ ସଫଳ କରି ଥିବାରୁ ଶ୍ରୀ ଦାସ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ l

ବରଦା ଦାସ
ସଭାପତି, ଥିଙ୍କର୍ସ କ୍ଳବ୍