
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଦୀର୍ଘ ଦିନର ବ୍ୟବଧାନ ପରେ ତୁଣ୍ଡ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଦାମଦର ରାଉତ। କହିଛନ୍ତି ଏଥର ଓଡ଼ିଶାରେ କେହି ନେଇ ପାଇବେନି ବହୁମତ। ଏଠି ଝୁଲା ବିଧାନସଭା ହେବ ସ୍ପଷ୍ଠ । ତେବେ ମେଣ୍ଟ ସରକାର ହେଲେ ଓଡ଼ିଶାରେ ଅଫିସର ରାଜ୍ ଆଉ ରହିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ତା’ସହ ଗତଥର ରାଜ୍ୟରେ ଗୋଟିଏ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ଏଥର ୧୩ରୁ ୧୪ଟି ଆସନ ପାଇବ ବୋଲି ଆକଳନ କରିଛନ୍ତି ଦାମୋଦର ରାଉତ ।