ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି : ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମସରକାରଅଗ୍ରାଧିକାର ଦେଉଛନ୍ତି । ସେଥିପାଇଁସରକାରଗଠନରକିଛିଦିନ ବ୍ୟବଧାନମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜଭବନ ସନ୍ନିକଟ ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁକହିଛନ୍ତି ଯେ ଆଜି ଯେଉଁ ତିନି ଗୋଟି କାର୍ଯ୍ୟକ୍ରମ ଯଥା- ପଲିଟେକ୍‌ନିକ୍ସର୍ୟାଙ୍କିଂ, ସମନ୍ୱିତୱବ୍‌ସାଇଟ୍‌ ଓ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣର ଉଦ୍‌ଘାଟନ କରାଯାଇଛି ତା’ର ଉପାଦେୟତା ଅତ୍ୟନ୍ତ ଗୁରୁତର । ପଲିଟେକ୍‌ନିକ୍ସ ର୍ୟାଙ୍କିଂ ଏକ ଯୁଗୋପଯୋଗୀ ପଦକ୍ଷେପ । ଏହା ଦ୍ୱାରା ବିଭିନ୍ନ ପଲିଟେକ୍‌ନିକ୍ସ ମୁଖ୍ୟତଃ ୧୩୨ ଗୋଟି ପଲିଟେକ୍‌ନିକ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଛି । ନ୍ୟାବେଟ୍‌ (ନ୍ୟାସନାଲ୍‌ ଆକି୍ର ଡିଏସନ୍‌ ବୋର୍ଡ ଫର ଏଜୁକେସନ୍‌ଆଣ୍ଡ ଟ୍ରେନିଂ) ସହାୟତାରେ ଏହି ର୍ୟାଙ୍କିଂ କରାଯାଇଛି । ଏଥିରେ ସିଧା ସଳଖ ଛାତ୍ରଛାତ୍ରୀମାନେ ଉପକୃତ ହେବେ । ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ, କର୍ମଶାଳା, ଶିକ୍ଷାଦାନ, ପ୍ରଶିକ୍ଷଣ, ଶିକ୍ଷକ-ଶିକ୍ଷୟିତ୍ରୀ ଅନୁପାତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଚାକିରିରେ ଅବସ୍ଥାପିତ ସମ୍ବନ୍ଧରେ ତୁଳନାତ୍ମକ ବିବରଣୀ ପ୍ରାପ୍ତ ହେବା ସହ ଆଶାନୁରୂପ ଫଳାଫଳ ପ୍ରଦର୍ଶନ କରୁଥିବା ପଲିଟେକ୍‌ନିକ୍ସକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାରଏହି ପଲିଟେକ୍‌ନିକ୍ସର୍ୟାଙ୍କିଂ ଭାରତରେ ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହା ବ୍ୟତୀତଏକସମନ୍ୱିତ େୱବ୍‌ସାଇଟ୍‌କୁମନ୍ତ୍ରୀ ଉନ୍ମୋଚନ କରିଥିଲେ । ପୂର୍ବରୁଏହା ଭିନ୍ନ ଭିନ୍ନଆକାରରେଏକକ େୱବ୍‌ସାଇଟ୍‌ ଭାବରେ ଥିଲା । କିନ୍ତୁଏହାକୁସମନ୍ୱିତ କରାଯାଇଛି । ଏହା ଦ୍ୱାରା ଗୋଟିଏ େୱବ୍‌ସାଇଟ୍‌ରୁ ବିଭିନ୍ନଅନୁଷ୍ଠାନ ଯଥା-ସିପିସି (ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌), ଡିଏସ୍‌ଡିଇ (ଡାଇରେକଫରଅଫ୍‌ସ୍କିଲ୍‌ ଡେଭଲପ୍‌ମେଣ୍ଟ ଏଣ୍ଡ ଏଣ୍ଟପି୍ରନୁ୍ୟରସିପ୍‌), ଡିଟିଇଟି (ଡାଇରେକଫରଅଫ୍‌ ଟେକ୍‌ନିକାଲଏଜୁକେସନ୍‌ଏଣ୍ଡ ଟ୍ରେନିଂ), ଏସ୍‌ସିସିପିଏଣ୍ଡ ଭିଟି (ଷ୍ଟେଟ୍‌କାଉନ୍‌ସିଲ୍‌ଅଫ୍‌ ଟେକ୍‌ନିକାଲଏଜୁକେସନ୍‌ଏଣ୍ଡ ଟ୍ରେନିଂ) ତଥ୍ୟ ପାଇପାରିବେ ଓ ତଥ୍ୟ ପ୍ରଦାନକରିପାରିବେ । ପୂର୍ବରୁ ଯେଉଁ ଅସୁବିଧାସୃଷ୍ଟି ହେଉଥିଲା ତାହାଆଉ ହେବନାହିଁ । ଆଜିସମାରୋହରେ ତୃତୀୟ ପଦକ୍ଷେପ ଭାବରେ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣ ଆପ୍‌ଏକଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ମ୍ୟାକ୍‌ମିଲନ୍‌ସହଭାଗିତାରେ ୨୦୨୪-୨୫ ଆର୍ଥିକ ବର୍ଷରୁ ପଲିଟେକ୍‌ନିକ୍ସର ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁଏହି ପ୍ରଶିକ୍ଷଣ ଦିଆଯିବ । ଏହିଜୀବନ ଦକ୍ଷତା କାର୍ଯ୍ୟକ୍ରମ ଯୁବକଯୁବତୀଙ୍କୁ ଉଦ୍ୟୋଗୀ କରିବା ପାଇଁ ନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁଆତ୍ମବିଶ୍ୱାସ ଓ ସାମର୍ଥ୍ୟ ସୃଷ୍ଟିକରିବ । ଏଥିରେଆଇଟିଆଇ, ପଲିଟେକ୍‌ନିକ୍‌ ସହ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରି ପାରିବେ । କହିବାକୁ ଗଲେଛାତ୍ରଛାତ୍ରୀମାନଙ୍କଜୀବନକୌଶଳ ପରୀକ୍ଷଣ ଆଜିଠାରୁ ପଲିଟେକ୍‌ନିକ୍ସରେ ପ୍ରବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀସ୍ୱାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀଉଷା ପାଢ଼ୀ, ନିର୍ଦ୍ଦେଶକ ଦକ୍ଷତା ବିକାଶ ଶ୍ରୀ ରେଘୁଜୀ, ନିର୍ଦ୍ଦେଶିକା ବୈଷୟିକ ଶିକ୍ଷା ଓ ନିଯୁକ୍ତି ଶ୍ରୀମତୀ ରଶ୍ମିତା ନାୟକ, ପଲିଟେକ୍‌ନିକର୍ୟାଙ୍କିଂର ସିଇଓ ଓ ପଲିଟେକ୍‌ନିକ୍ସ ସଫ ଫସ୍କିଲିଂନ୍ୟାବେଟ୍‌ ସିଇଓ ମ୍ୟାକ୍‌ ମିଲନ, ଓକାକ୍‌ ଓ ଲୁମିନସ୍‌ଇନ୍‌ଫୟେସ୍‌ରସିଇଓ, ବିଭିନ୍ନ ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍ସର ଅଧ୍ୟକ୍ଷ, ଅଧ୍ୟକ୍ଷା, ପ୍ରାଧ୍ୟାପିକା ପ୍ରଭୃତି ଯୋଗ ଦେଇଥିଲେ । ପ୍ରଥମ ୧୦ଗୋଟି ପଲିଟେକ୍‌ନିକ୍ସର୍ୟାଙ୍କିଂରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଂଜିନିୟରିଂ ପ୍ରଥମ ହୋଇଥିବା ବେଳେ କିଟ୍‌ ପଲିଟେକ୍‌ନିକ୍ସ ଦ୍ୱିତୀୟ ଓ ଆଉ ୫ ଗୋଟି ସରକାରୀ ପଲିଟେକ୍‌ନିକ୍ସ ଯଥା କ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ସ୍ଥାନରେ ଅଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର ଓ ପୁଷ୍ପାଞ୍ଜଳି ପାଇକରାୟ ସୂଚନା ଅଧିକାରୀ