ଓଡ଼ିଶା ଗାନ୍ଧିବାଦୀ ଫୋରମ ଦ୍ୱାରା ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର ( ଆକାଶ ମିଶ୍ର ) : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଗାନ୍ଧିବାଦୀ ଫୋରମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପି ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ ଅକ୍ଟୋବର୨ରେ ବାଲିଅନ୍ତା ସ୍ଥିତ ମହାତ୍ମା ସେତୁଠାରୁ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାପରେ ଏହି ଗାନ୍ଧୀ ଜ୍ୟୋତିରଥ ମହାତ୍ମା ସେତୁ ଉପର ଦେଇ ତାର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା ।ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରସନ୍ନ ପଟଶାଣୀ, ଓଡ଼ିଶା ଗାନ୍ଧିବାଦୀ ଫୋରମର ଅଧ୍ୟକ୍ଷା ଡ଼ଃ ରିନା ରାଉତରାୟ,ଉପାଧ୍ୟକ୍ଷ ବିଶ୍ଵଜିତ ସୂର୍ଯ୍ୟବଂଶୀ, ସଦସ୍ୟ ଗୋବିନ୍ଦ ଓଝା, ଦୀପାୟନ ପଟ୍ଟନାୟକ,ସୂର୍ଯ୍ୟକାନ୍ତ ପାହୀ, ହୃଷିକେଶ ପଣ୍ଡା,ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ମୁଖ୍ୟ ଡ଼ଃ ଅରୁନ୍ଧତୀ ଦେବୀ , ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଚିଦାତ୍ମିକା ଖଟୁଆ, ବିଥିକା ମହାନ୍ତି,ମନ୍ଦାକିନୀ କର, ସଂଯୁକ୍ତା ମହଲ,ଉଷାରଣୀ ବେହେରା,କବିତା ପରିଡ଼ା, ଆରତୀ, କସ୍ତୁରବା ନ୍ୟାସନାଲ ଟ୍ରଷ୍ଟର ଗାୟତ୍ରୀ ଦାସଙ୍କ ଉପସ୍ଥିତରେ ଏହି ରଥ ସତ୍ୟଭାମାପୁର ଦେଇ ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନ ଠାରୁ ଏକ ବିଶାଳ ସମାରୋହରେ ସହର ପରିକ୍ରମା କରିବା ପରେ ଲୋହିଆ ଏକାଡେମୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା, ମନୋଜ ଜେନା, ପଦ୍ମକର ଗୁରୁ, ସୁଦର୍ଶନ ଦାସ, ନିରଦ ଖୁଣ୍ଟିଆ, ରୋଟାରୀ ଇନର ହ୍ବିଲ ୩୨୬ ର ,ବିନୋବା ସେବାପ୍ରତିଷ୍ଠାନ, ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ ଓ ବହୁ ଗାନ୍ଧୀ ଅନୁଷ୍ଠାନ, ବୁଦ୍ଧିଜୀବୀ ଏହାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସନ୍ଧ୍ୟାରେ ଏହି ରଥକୁ ଡେଲାଙ୍ଗ ସ୍ଥିତ ବେରବୋଇ ଠାରେ ଶଶାଙ୍କ ଚୂଡ଼ାମଣି, ସନ୍ଧ୍ୟାବତୀ ପ୍ରଧାନ,ସୁନନ୍ଦା ଶତପଥୀ ଓ ରମେଶଚନ୍ଦ୍ର ଦାସଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ବ ଗାନ୍ଧିପ୍ରେମୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଓ ଶ୍ରଦ୍ଧାଞ୍ଜଳି ଦେଇ ପୁରୀ ଅଭିମୁଖେ ବିଦାୟ ଦେଇଥିଲେ । ରାଜଘାଟର ଗାନ୍ଧୀ ସମାଧି ସ୍ଥଳରୁ ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଶ୍ରୀମତୀ ତାରା ଗାନ୍ଧୀଙ୍କ ଦ୍ୱାରା ଅର୍ପିତ ଏହି ଜ୍ୟୋତି ଯାତ୍ରା ରାଜ୍ୟର ୩୦ଟି ଜିଲ୍ଲା ପରିକ୍ରମା କରିବା ସହିତ ଗାନ୍ଧୀ ସ୍ମୃତିପୀଠ ମାନକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡ଼ିଶା ଗାନ୍ଧିବାଦୀ ଫୋରମର ଅଧ୍ୟକ୍ଷା ଡ଼ଃ ରିନା ରାଉତରାୟ ସୂଚନା ଦେଇଛନ୍ତି