

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ରିଜର୍ଭ ପୋଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିଭାବଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ । ସମଗ୍ର ଗଞ୍ଜାମ ପୋଲିସ ଜିଲ୍ଲାର ସର୍ବମୋଟ ନିୟୋଜିତ ୫୮୦ ଜଣ ହୋମଗାର୍ଡ ଉପସ୍ଥିତ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି. କେ. ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଡ଼ିଏସପି ସୀମା ସ୍ୱାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଡିଏସପି ଏସ. ପ୍ରଧାନ, ଡିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର ଓ ମମତା ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ବରିଷ୍ଟ କିରାଣୀ ଏ. ରାବଣା ରାଓ, ଗଞ୍ଜାମ ପୋଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାଷ ସେଠୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ପ୍ୟାରେଡ ଚାଳନା କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


