ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୫ତାରିଖ ରାତିରେ ଓଡିଶାର ଗଂଜାମ ଜିଲାରୁ ଓଡି୧୫ଏ୨୭୩୭ କାର୍ଯୋଗେ ୬୫କେଜି ଗଞ୍ଜେଇ ଧରି ଆସ୍କା ଥାନା ଘୁଣ୍ଟାପଡା ଗାଁର ଉପେନ୍ଦ୍ର ନାୟକଙ୍କ ପୁଅ ରାମଚନ୍ଦ୍ର ନାୟକ ଓ ଗାଙ୍ଗପୁର ଥାନା ଅନ୍ତରର୍ଗତ ବାରତ ଗାଁର ଶିବରାମ ସ୍ୱାଇଁଙ୍କ ପୁଅ କାହ୍ନା ସ୍ୱାଇଁ ପଶ୍ଚିମବଙ୍ଗକୁ ଗଲାବେଳେ ଜଳେଶ୍ୱ-ଦାନ୍ତୁନ ଥାନା ସୀମା ଅଂଚଳରୁ ଦାନ୍ତୁନ ପୋଲିସ୍ ଜବତ୍ କରିଛି । କାର୍ଟି ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥସ୍ଥିତ ଟୋଲ ପ୍ଲାଜା ଅତିକ୍ରମ କଲାପରେ ଅଜଣା ଫୋନରୁ ଦାନ୍ତୁନ ପୋଲିସ୍ ଏହା ଜାଣିବା ପରେ ଅଧିକ ସକ୍ରିୟ ହୋଇଥିଲା ବୋଲି ଦାନ୍ତୁନ ଥାନା ଅଧିକାରୀ ସୁବ୍ରତ କୁମାର ମଜୁନ୍ଦାର ସାମ୍ବାଦିକ ମାନଙ୍କୁ କହିଛନ୍ତି । ଦାନ୍ତୁନାଥାନା ପୋଲିସ୍ ଅଭିଯୁକ୍ତ ମାନଙ୍କୁ ମେଦିନୀପୁର କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି । ଏହା ପୂର୍ବରୁ ଏହି ଦୁଇ ଅଭିଯୁକ୍ତ ୧୦ ହଜାର ଟଙ୍କା ବଦଳରେ ଏକ କାର୍ରେ ଏଭଳିଥିବା ପ୍ୟାକେଟ୍ କୋଲକତାରେ ବିକ୍ରିକରିଥିବାର ପୋଲିସ୍ ନିକଟରେ ସ୍ୱୀକାର କରିଛି । ଏ ସଂପର୍କରେ ଅଭିଯୁକ୍ତ ଦ୍ୱୟଙ୍କ ମତାମତ ଲୋଡିବାରୁ ପ୍ୟାକେଟ ଭିତରେ କଣ ରହିଛି ସେମାନେ ଜାଣିନଥିବା ବେଳେ କାର୍ଟିକୁ ନେଇ କୋଲକତାରେ ପହଞ୍ଚାଇ ଦେଲେ ସେମାନଙ୍କୁ ୧୦ ହଜାର ଟଙ୍କା ମିଳିଥାଏ ବୋଲି କହିଥିଲେ । କିନ୍ତୁ ଏହା ସତ୍ୟ ଯେ ଦକ୍ଷିଣ ଓଡିଶାର କେତେକ ଜିଲାରୁ ସଡକ ପଥରେ ଏପରି ଚୋରା ଗଞ୍ଜେଇ କାରବାର ହୋଇ ଆସୁଥିବାର ପୋଲିସ୍ ଜାଣିବାକୁ ପାଇଛି । ଦାନ୍ତୁନ ପୋଲିସ୍ ଅଭିଯୁକ୍ତ ୨ଜଣକୁ ନେଇ କୋଲକତା ଓ ଗଞ୍ଜାମ ଯାଇ ଅଧିକ ଛାନଭିନ କରିବା କହିଥିବା ବେଳେ କେତେକ ଗୁପ୍ତତଥ୍ୟ ସାମ୍ବାଦଦା ତାଙ୍କୁ ନ କହିବା ସଂପର୍କରେ କହିଛନ୍ତି । ଓଡିଶାର ଦୀର୍ଘ ୫ଶହ କି.ମି ରାସ୍ତା ଅତିକ୍ରମ କଲାବେଳେ ଏପରି ଗଞ୍ଜେଇ ଭତ୍ତି କାରକୁ କୌଣସି ଜିଲାର କୌଣସି ପୋଲିସ୍ ଅଧିକାରୀଙ୍କ ନଜରକୁ ଆସୁନଥିବା ସଂପର୍କରେ କେତେକ ସଂଦେହ ଘନିଭୂତ ହୋଇଛି । କେତେକ ସମୟରେ ପଶ୍ଚିମବଙ୍ଗରୁ ଓଶିଶାକୁ ଆସୁଥିବା କାର୍ ଗୁଡିକୁ ଓଡିଶା ପୋଲିସ୍ ଓ ଅବକାରୀ ବିଭାଗ ଜବତ୍ କରୁଥିବାେ ବେଳେ ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଚୋରା ଚାଲାଣ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନ ଥିବା ନେଇ ବହୁକଥା ଶୁଣିବାକୁ ମିଳୁଛି । କେବଳ ଗଞ୍ଜେଇ ନୁହେଁ, କେତେକ ମୂଲ୍ୟବାନ ପଥର, ଲୌହପଥର ଗୁଣ୍ଡ ଇତ୍ୟାଦି ବ୍ୟାପକ କରିମାଣରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ଟୋଲ ପ୍ଲାଜା ଗୁଡିକରେ ସିସି କ୍ୟାମେରା ଥିବା ବେଳେ କେତେକ ଲଘୁ ଖଣିଜଦ୍ରବ୍ୟର ଚୋରା ଚାଲାଣ ସହିତ ମାଦକଦ୍ରବ୍ୟର ଚାଲାଣ ହେଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ସୀମାରେ ଦୁଇ ରାଜ୍ୟର ଗୁଇନ୍ଦା ସଂସ୍ଥାକୁ ସକ୍ରିୟ କରିବା ସହିତ ଚେକି କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାରୀ ପରିଡା