ଓଡିଶାରେ ଜଂଗଲ ଜମି ଅଧିକାର ଲାଗି ଓଡିଶା କୃଷକ ସଭାର ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଏକ ଆଦିବାସୀ ବହୁଳ, ଗରିବ ଓ ଦେଅବିଦୁର୍ବିପାକ ରାଜ୍ୟଭାବେ ପରିଚିତ । ଏହି ରାଜ୍ୟରେ ବହୁ ଗରିବ ବ୍ୟକ୍ତିଙ୍କର ଡିହବାଡି ନ ଥିବାରୁ ଏବଂ ଜଂଗଲଜାତ ଦ୍ରବ୍ୟ ଉପରେ ପରିବାର ପ୍ରତିପୋଷଣ କରି ଆସୁଥିବାରୁ ଦୀର୍ଘବର୍ଷ ଧରି ଜଂଗଲ ଅଂଚଳରେ ବସବାସ କରି ଆସୁଛନ୍ତି । କିନ୍ତୁ ସେମାନଙ୍କ ନାମରେ ସେହି ସ୍ଥାନର ପଟ୍ଟା ନ ଥିବାରୁ ସରକାରୀ ଯୋଜନା ଓ ଛାତ୍ରଛାତ୍ରୀଙ୍କର ଉଚ୍ଚ ଶିକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଛି । ତେଣୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉଥିବାରୁ ୨୦୦୫ ମସିହାରେ ଜଂଗଲ ଜମି ଅଧିକାର ଆଇନ୍କୁ ଉଚ୍ଚେଦ କରିବାପାଇଁ ପ୍ରଚେଷ୍ଟା ଚଳେଇଛନ୍ତି । ଏଥିରେ କେତେକ ବ୍ୟକ୍ତି ବିଶେଷ ଓ ଏନ୍ଜିଓ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି । କିନ୍ତୁ ୨୦୦୫ ମସିହାର ଜଂଗଲ ଜମି ଅଧିକାର ଆଇନ୍ ଉଚ୍ଛେଦ ହେଲେ ହଜାର ହଜାର ଆଦିବାସୀ ଓ ଗରିବ ପରିବାର ସେମାନଙ୍କର ବାସସ୍ଥାନ ହରାଇବେ । ଆସନ୍ତା ୨୪ ତାରିଖରେ ସୁପ୍ରିମ କୋର୍ଟରେ ଏଭଳି ମାମଲା ବିଚାର ଥିବାରୁ ଏଥିରେ ମହାମହିମ ରାଷ୍ଟ୍ରପତି ହସ୍ତକ୍ଷେପ କରି ଜଂଗଲ ଅଧିକାର ଆଇନ୍କୁ ସୁରକ୍ଷିତ ରଖିବାପାଇଁ ଜଳେଶ୍ୱର ଓଡିଶା କୃଷକ ସଭା ପକ୍ଷରୁ ଜିଲା କମିଟି ଉପସଭାପତି ଦିଲ୍ଲିପ କୁମାର ଗିରି, ଓଡିଶା କ୍ଷେତ ମଜଦୁର ୟୁନିୟନ ବ୍ଲକ ସଭାପତି ଦିପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡା, ପଲ୍ଟୁ ଦାସ, ଗଣେଶ ଚନ୍ଦ୍ର ଜେନା, ଦିଲ୍ଲିପ କୁମାର ଶତପଥି, ରବିନ୍ଦ୍ର ବାରିକ ଓ ନଗେନ୍ଦ୍ର କର ପ୍ରମୁଖ ନିବେଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ହସ୍ତାନ୍ତର କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା