

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଶାଖା ତରଫରୁ ନାଗରିକ ଆଇନ ୨୦୧୯କୁ ସମର୍ଥନ କରି ଏବଂ ରାଜ୍ୟରେ NRC ଲାଗୁକରିବା ପାଇଁ ଦାବି କରି ଏକ ବାଇକ ରାଲି ଉତ୍କଳ ବିଶ୍ୱବିଦ୍ୟାଳୟ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରରେ ଥିବା ବିଭୀନ୍ନ କ୍ୟାମ୍ପସରୁ ୩୦୦ ସଂଖ୍ୟାରେ ବିଦ୍ୟାର୍ଥୀ ଏଥିରେ ଯୋଗଦେଇ ନାଗରିକ ଆଇନ ୨୦୧୯ କୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ NRC ଲାଗୁ ହେବନାହିଁ ‘ମନ୍ତବ୍ୟର ସ୍ପଷ୍ଟିକରଣ ମାଗିବା ସହ ଏହାକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବୀ କରିଛନ୍ତି । ଛାତ୍ରଛାତ୍ରୀମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ପହଞ୍ଚି ସାରିବା ପରେ ଏକ ୭୦ ଫୁଟର ତ୍ରିରଙ୍ଗା ପତାକା ଧରି ମାଷ୍ଟର କ୍ୟାଣ୍ଟିନ ଗୋଲେଇରେ ରାଲି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ NRC ଲାଗୁ କରିବା ପାଇଁ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ । ବିଦ୍ୟାର୍ଥୀ ପରିଷଦ ଦିର୍ଘ ଦିନରୁ ଅନୁପ୍ରବେଶକାରୀଙ୍କ କ୍ଷେତ୍ରରେ ସରକାର Detect, Delete & Deport ଶକ୍ତ ପଦ୍ଧତି ଅବଲମ୍ବନ କରିବା ପାଇଁ ଦାବୀ କରିଆସୁଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟରେ NRC ଲାଗୁ ନକରିବା କହିବା ଦୁର୍ଭାଗ୍ୟର ବିଷୟ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଯଦି ରାଜ୍ୟରେ NRC ଲାଗୁ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନ ହୁଅନ୍ତି ତେବେ ଆଗାମୀ ଦିନରେ ରାଷ୍ଟ୍ର ର ସୁରକ୍ଷା ଦୃଷ୍ଟିରୁ ଏକ ବୃହତ ଛାତ୍ର ଆନ୍ଦୋଳନର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଚେତାବନୀ ଦେଇ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର
