ଓଡିଶାର ରାଜନୈତିକ ସ୍ଥିତି ସଂପର୍କରେ ଆଣ୍ଟୋନୀ କମିଟି ଆଗରେ ତଥ୍ୟ ରଖିଲା କଂଗ୍ରେସ

ଭୁବନେଶ୍ୱର (ଆକାଶ ମିଶ୍ର): ରାହୁଲ ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଯାଇତିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ସେଠାରୁ ଓଡିଶାର ରାଜନୈତିକ ସ୍ଥିତି ବିଷୟରେ ଆଣ୍ଟୋନି କମିଟି ଙ୍କ ପାଖରେ ତଥ୍ୟ ରଖିଛନ୍ତି । ଓଡିଶାର ରାଜନୀତିକ ଚିତ୍ର କଣ ରହିଛି , ଏଥିରେ କେଉଁ କେଉଁ ଦଳର ସ୍ଥିତି କଣ, କାହା ସହ ମେଣ୍ଟ କଲେ ଦଳ ପାଇଁ ଲାଭ ହେବ ସମସ୍ତ ବିଷୟରେ ଆଣ୍ଟୋନି କମିଟି ପଚାରି ବୁଝିଛନ୍ତି । ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନ ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେଉଁ କେଉଁ ରାଜ୍ୟର ରାଜନୀତିକ ସ୍ଥିତି ଏବଂ ଦଳୀୟ ରାଜନୀତି କିପରି ରହିଛି ଏସମସ୍ତ ବିଷୟରେ ଅନୁଧ୍ୟାନ ପାଇଁ ଦଳର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ରାହୁଲ ଗଠନ କରିଛନ୍ତି । ଏଥିରେ ଅହମ୍ମଦ ପଟେଲ, ଜୟରାମ ରମେଶ, ଜିତେନ୍ଦ୍ର ପ୍ରସାଦ ସିଂହ ଓ ଗୁଲାମ ନବୀ ଆଜାଦ ପ୍ରମୁଖ ଉପସ୍ଥିତ ଥିଲେ ।