

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ଏଣ୍ଡୋକ୍ରାଇନ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଏମକେସିଜି ମେଡିକାଲ କଲେଜର ଏକାଡେ଼ମିକ ହଲରେ ଆୟୋଜିତ କରାଯାଇଥିବା ବେଳେ ତିନିଦିନିଆ ସମ୍ମିଳନୀର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସେବା କ୍ଷେତ୍ରରେ ଡାକ୍ତରମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଧା ମାଧବ ତ୍ରିପାଠୀ, ସୋସାଇଟିର ସଭାପତି ପ୍ରଫେସର ଡ଼.ଏ.କେ.ବଳିଆରସିନହା, ଉପସଭାପତି ଡ଼.ପିତାମ୍ବର ପୃଷ୍ଟି, ସମ୍ପାଦକ ଡ.ସମ୍ବିତ ଦାସ, କମିଟି ଅଧ୍ୟକ୍ଷ ଡ଼.ଏସ.ଆର ପଟ୍ଟନାୟକ, ଡ଼.ସୁନୀଲ କୋଟା, ଡ଼.ପି.ରବି କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

