

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୬ ଦଫା ଦାବି ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି । ଏହି ଅବସରରେ ଗୋପାଳ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା । ଏହାପରେ ଏକ ପ୍ରତିନିଧି ଦଳ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା, କୋଦଳା ତହସିଲ ଅଧୀନ ବାଳସିଙ୍ଗି, ବୋରବରା, ମାରିଡିପଲ୍ଲୀ, ଲୁହାକୋଟ, ବେରୁଆଁବାଡ଼ି, ମଣିପୁର, ଜାପଟା ଗ୍ରାମର ଜଙ୍ଗଲ ଜମି ଅଧିକାର ପଟ୍ଟା ଦେବା ପାଇଁ ପଦକ୍ଷେପ ନେବା, ସବୁ ଗ୍ରାମର ଘରକୁ ପିଇବା ପାଣି ଯୋଗାଇବା, ଚାଷୀଙ୍କୁ ବିନା ସୁଧାରେ ୧ଲକ୍ଷ ଟଙ୍କା ଋଣ ଓ ବିନା ମୂଲ୍ୟରେ ସାର, ବିହନ ଔଷଧ ଯୋଗାଇବା ସହ ତୁରନ୍ତ ଫସଲ ବୀମା ଅର୍ଥ ପ୍ରଦାନ କରିବା ଆଦି ଦାବି ରହିଛି । ଗଣଧାରଣାରେ ସିପିଏମ ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ପଦ୍ମନାଭ ପ୍ରଧାନ, ପ୍ରଭାକର ବେହେରା, ରଘୁନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




